ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଠାରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଥିବା ଶଶାଙ୍କ ପାତ୍ରଙ୍କୁ ଲାଞ୍ଜିଗଡ଼ ବ୍ଲକ ଯୋଗାଣସହାୟକ ସଂଘ ପକ୍ଷରୁ ଉତ୍ତରୀୟ ଦେବାସହ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସ୍ବାଗତ ସମ୍ବର୍ଦ୍ଧନା ଦେବା ସମୟରେ ଲାଞ୍ଜିଗଡ଼ ଯୋଗାଣସହାୟକ ସଂଘ ସଭାପତି ରାଜେନ୍ଦ୍ର କୁମାର ମହାଖୁଡ଼, ସମ୍ପାଦକ ନାରାୟଣ ପ୍ରସାଦ ନାୟକଙ୍କ ସମେତ ସମସ୍ତ ପଞ୍ଚାୟତର ଯୋଗାଣସହାୟକ ମାନେ ଉପସ୍ଥିତ ଥିଲେ।