ବିଶ୍ୱ ପରିବେଶ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ

ଅଧିକ ବୃକ୍ଷରୋପଣ କରି ବନ୍ୟଜନ୍ତୁ ସଂପଦକୁ ରକ୍ଷା ଦେବା ଦିବସର ମୂଳ ଲକ୍ଷ୍ୟ : ଜିଲ୍ଳାପାଳ, ରାୟଗଡ

Omkar Vasthu
Omkar Vasthu

ରାୟଗଡ,୫/୬ : ବିଶ୍ୱ ପରିବେଶ ଦିବସ ଅବସରରେ ଲୋକଙ୍କୁ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ସଂଖ୍ୟକ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନକୁ ସୁରକ୍ଷା ଯୋଗାଇବା ସହ ନିଜ ଅଂଚଳରେ ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବୁଧବାରରେ ରାୟଗଡ ସହରର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂସ୍ଥା,ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

 

ରାୟଗଡ ଜିଲ୍ଳାପାଳଙ୍କ ବାସ ଭବନରେ ବୃକ୍ଷରୋପଣ 

Udyog Nursery
Udyogi Nursery

ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ବାସଭବନ ପରିସରରେ ରାୟଗଡ ବନାଂଚଳ ଓ ବନଖଣ୍ଡ ତରଫରୁ ୨୦ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି । ଏହି ଚାରଗୁଡିକ ମଧ୍ୟରେ ନିମ୍ବ,ଅଶୋକ,ପିସ୍ତାବାଦାମ,ବଉଳ ସହ ଅନ୍ୟାନ୍ୟ ଚାରଗୁଡିକ ରୋପଣ କରାଯାଇଛି । ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ଏହି ବୃକ୍ଷରୋପଣ କରିଥିଲେ । ଅଧିକରୁ ଅଧିକା ବୃକ୍ଷରୋପଣ କରି ବନ୍ୟଜନ୍ତୁ ସଂପଦକୁ ରକ୍ଷା ଦେବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ରାୟଗଡ ବନଖଣ୍ଡର ଏସିଏଫ ପ୍ରଦୀପ ଭତ୍ରା,ବନପାଳ ଡମ୍ବରୁଧର ନାୟକ,ବନରକ୍ଷୀ ପୂର୍ଣ୍ଣଚନ୍ଦ୍ର ପାତ୍ର,ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସାମ୍ବାଦିକ ଶିବ ନାରାୟଣ ଗଉଡଙ୍କ ସମେତ ବାସଭବନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

 

ବରିଷ୍ଠ ନାଗରିକ କଲ୍ୟାଣ ସଂଘ ପକ୍ଷରୁ ବୃକ୍ଷରୋପଣ 

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଳା ବରିଷ୍ଠ ନାଗରିକ ମଙ୍ଗଳ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଂଘ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା । ଏଥିରେ ସମସ୍ତେ ହାତରେ ପ୍ଳାକାର୍ଡ ଧରି ପରିବେଶ ସମ୍ବନ୍ଧୀୟ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ସେହିପରି କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ସୁସ୍ଥ ପରିବେଶ ବିନା ସମାଜର ସ୍ଥିତି ଅସମ୍ଭବ’ଏହି ବିଷୟରେ ଏକ ବକୃତା ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା । ପରବର୍ତୀ ସମୟରେ ସଂଘର ସଭାପତି ବିନୋଦଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବେଶ ସୁରକ୍ଷା ଓ ସଂଘକୁ ସୁଦୃଢ କରିବା ନେଇ ଆଲୋଚନା ହୋଇଥିଲା । ସେହିପରି ନରସିଂହନାଥ ପାଢୀ,ଚନ୍ଦ୍ରଶେଖର ପାତ୍ର,ଅଶୋକ ସାହୁ,ସତ୍ୟବାଦି ପତି,ଭାସ୍କର ରାଓ,ବେଙ୍ଗଲ ରାଓ,ନରସିଂହ ପରିଡା ପ୍ରମୁଖ ନିଜ ନିଜ ପ୍ରଦାନ କରିଥିଲେ ।

 

ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ 

ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ ଓ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଜେକେ କାଗଜ କଳ ମୁଖ୍ୟ ଫାଟକରୁ ବି.ସି.ରୋଡ ପର୍ଯ୍ୟନ୍ତ ପରିକ୍ରମା କରି ବିଭିନ୍ନ ବ୍ୟାନର,ପ୍ଳାକାର୍ଡ,ପୋଷ୍ଟର ମାଧ୍ୟମରେ ଓ ସ୍ଳୋଗାନ ଜରିଆରେ ପରିବେଶ ସଂରକ୍ଷଣ ପ୍ରତି ଜନ ସଚେତନତା ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀ ଶିକ୍ଷକଗଣ ଓ ଜେକେ କାଗଜ କଳର ପରିବେଶ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସଂପନ୍ନ ହୋଇଥିଲା । ଏହି ଅବସରରେ ଗତ ମଙ୍ଗଳବାର ଦିନ ପରିବେଶ ପ୍ରଦୁଷଣ ନିୟନ୍ତ୍ରଣ ସଂସ୍ଥାନ ଆନୁକୂଲ୍ୟରେ ଲକ୍ଷ୍ମୀପତି ସଂଘାଣିଆ ପବ୍ଳିକ ସ୍କୁଲ ପରିସରରେ “ବାୟୁ ପ୍ରଦୁଷଣ ଏବଂ ତାହାର ନିୟନ୍ତ୍ରଣ” ଶୀର୍ଷକ ଏକ ପୋଷ୍ଟର ତିଆରି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସେଥିରେ ବିଦ୍ୟାଳୟରୁ ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଦଶମ ଶ୍ରେଣୀର ଦୀତୋଷ କୁମାର କୁଇଲା ପ୍ରଥମ,ନିବେଦିତା କର ଦ୍ୱିତୀୟ ,ରଜତ କୁମାର ନାୟକ ତୃତୀୟ ଓ ପ୍ରୀତିପ୍ରୀୟମ୍ବଦା ନାଥଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

 

୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ବୃକ୍ଷରୋପଣ 

ରାୟଗଡ ଜିଲ୍ଳା ସଦର ମହକୁମାସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ ହେଡକ୍ୱାଟର୍ସ ପରିସରରେ ମହାଆଡମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କମାଣ୍ଡଡେଂଟ ୱାଇ.କେ.ରାଜପୁତ ବିଶ୍ୱ ପରିବେଶ ଦିବସରେ ଦୈନନ୍ଦିନ ଜୀବନରେ ବୃକ୍ଷ ଆମ ସ୍ୱାସ୍ଥ୍ୟ ଏବଂ ଖୋଲା ସମଗ୍ର ପରିବେଶ ଉପରେ ଏହାର ସୁପ୍ରଭାବ ପକାଇଥାଏ ବୋଲି ନିଜ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମାଣ୍ଡଡେଂଟ ଶ୍ରୀ ରାଜପୁତଙ୍କ ସହ ଡେପୁଟି କମାଣ୍ଡଡେଂଟ ଅଶୋକ ପି.ଏମ.,ଆସିସଷ୍ଟାଂଟ କମାଣ୍ଡଡେଂଟ କୁଲଦୀପ ସିଂ,ଅମୂଲ୍ୟ ପ୍ରସାଦ ରାମ ଏବଂ ସିଆରପିଏଫର ସମସ୍ତ ଯବାନମାନେ ଉପସ୍ଥିତ ରହି କ୍ୟାମ୍ପ ପରିସରରେ ବୃକ୍ଷରୋପଣ କରିଥିଲେ ।

 

ରାୟଗଡରୁ ସ୍ବତନ୍ତ୍ର ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.