କଳାହାଣ୍ଡି ମିଳିତ ଅମଲା ମଞ୍ଚର ଜରୁରକାଳୀନ ବୈଠକ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାଠାରେ କଳାହାଣ୍ଡି ମିଳିତ ଅମଲା ମଞ୍ଚର ଏକ ଜରୁରକାଳୀନ ବୈଠକ ଆଶୁତୋଷ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡିଶା ଅମଲା ସଂଘ କଳାହାଣ୍ଡି ଶାଖା ସଭାପତି ସୁକାନ୍ତ ମହାପାତ୍ର, ରାଜସ୍ୱ ଅମଲା ସଂଘ ସଭାପତି ନୀଳକଣ୍ଠ ଗୌଡ, ଟ୍ରେଜେରୀ ଅମଲା ସଂଘ କଳାହାଣ୍ଡି ସମ୍ପାଦକ ଅନମୋଲ୍ ନାଏକ, ଜୟପାଟଣା ବ୍ଲକ ମିଳିତ ମଞ୍ଚ ଅଧ୍ୟକ୍ଷ ବିଶ୍ଵନାଥ ପାଢୀ, ଜୁନାଗଡ ଅଧ୍ୟକ୍ଷ ଜଗତ ରାମ ଗହିର, କର୍ଲାମୁଣ୍ଡା ଅଧ୍ୟକ୍ଷ ଶିଶିର ଦାସ, ଭବାନୀପାଟଣା ଅଧ୍ୟକ୍ଷ ବ୍ରଜବନ୍ଧୁ ମୁଣ୍ଡ, ମଞ୍ଚର ଉପଦେଷ୍ଟା ରୂପକେଶରୀ ଦଳେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଭବାନୀପାଟଣା ସ୍ଥିତ ଅମଲା ଭବନରେ ଆୟୋଜିତ ଏହି ସଭାରେ ଜିଲ୍ଲାର ଶତାଧିକ ଅମଲା ଯୋଗଦାନ କରି ନିଜ ନିଜ ମତ ରଖିଥିଲେ। ପ୍ରତିଶ୍ରୁତି ଦେବାର ପ୍ରାୟ ଛଅ ମାସ ବିତିଗଲା ପରେ ମଧ୍ଯ ଏକ ମାତ୍ର ଦାବି କନିଷ୍ଠ ସହାୟକଙ୍କ ମୂଳ ଦରମା ଲେଭେଲ-୪ ରୁ ଲେଭେଲ-୯କୁ ବୃଦ୍ଧି ନ ହେବାରୁ ଉପସ୍ଥିତ ସମସ୍ତ ସଭ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ନିନ୍ଦା କରିଥିଲେ। ପ୍ରକାଶ ଥାଉକି ରାଜ୍ୟ ନେତୃମଣ୍ଡଳୀ ଇତି ମଧ୍ୟରେ ଏକ ଚରମ ପତ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ ଆଗାମୀ ୧୯ତାରିଖ ଭିତରେ ଯଦି ମିଳିତ ମଞ୍ଚର ଦାବି ପୂରଣ ନ ହୁଏ, ତାହେଲେ ଆସନ୍ତା ୨୦ ଠାରୁ ଜୁନ୍ ୧୮ରୁ ସ୍ଥଗିତ ଥିବା ମାସ୍ ଲିଭ୍ କାର୍ଯ୍ୟକ୍ରମ ପୁଣି ଥରେ ଚାଲୁ ହେବ। ଉପସ୍ଥିତ ସମସ୍ତ ସଭ୍ୟ ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ଶାନ୍ତି ଶୃଙ୍ଖଳା ସହିତ ଆଗାମୀ ଦିନରେ ଦାବୀ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଏକ ମତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.