ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀ ଅନୁପ ରଏ ମୃତ

ଶବ ଉଦ୍ଧାର କଲା ରେଳବାଇ ପୋଲିସ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଲଖନା ରେଳଷ୍ଟସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରେଳ ସିଗନାଲ ଯନ୍ତ୍ରୀ ଅନୁପ ରଏ (୨୮) ଡ୍ୟୁଟି ସରି ଷ୍ଟାପ ଗୃହକୁ ଯିବା ପାଇଁ ରେଳ ଲାଇନ ପାର ହେଉଥିବା ସମୟରେ ରେଳ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି। ପ୍ରକାଶ ଯେ ସିଗନାଲରେ ଯାନ୍ତ୍ରିକ ତୃଟି ଥିବାଯୋଗୁଁ ସିଗନାଲ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ମୃତକ ଅନୁପ ରଏ ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡା ରେଳ ଷ୍ଟେସନ ରାତ୍ରି ୧୦ ଟା ବେଳେ ପହଞ୍ଚିଥିଲେ। ସିଗନାଳ ମରାମତି କାମ ସାରି ବିଲମ୍ବିତ ରାତ୍ରୀ ସମୟରେ ନୂଆପଡା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ। ଲଖନା ଷ୍ଟେସନରେ ପହଞ୍ଚି ଅନୁପ ନିଜ ଷ୍ଟାଫଘରକୁ ଯିବା ବାଟରେ ରେଳଲାଇନ ପାର ହେଉଥିଲେ। ସେହି ସମୟରେ ଅନୁପଙ୍କ ଗୋଡ଼ ରେଳ ଲାଇନରେ ଫସି ଯାଇଥିଲା। ସେ ନିଜ ଗୋଡ଼କୁ ରେଳଲାଇନରୁ ବାହାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ଏକ ଡାଇଭଟ ଟ୍ରେନ ସେହି ଲାଇନରେ ଆସିଥିଲା ଓ ଅନୁପଙ୍କୁ ଶକ୍ତ ଧକା ଦେବାରୁ ଅନୁପଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଯାଇଥିଲା। ମୃତ ଅନୁପ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି  ଧୋବୀ ପଡାର ବାସିନ୍ଧା। ଘଟଣା ସ୍ଥଳରେ କଣ୍ଟାବାଞ୍ଜିରୁ ରେଳବାଇ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପରେ ଏକ ମାମଲା ରୁଜୁ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଅନୁପ ମିଷ୍ଟିଭାଷୀ ଓ ମେଳାପି ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.