ସିଜିମାଳୀ ଖଣି ଖନନକୁ ମିଳୁଛି ଅଞ୍ଚଳବାସୀଙ୍କ ସମର୍ଥନ

ଜଙ୍ଗଲ ଜମି କିସମ ପରିବର୍ତ୍ତନ ନିମନ୍ତେ ଅନୁଷ୍ଠିତ ହେଲା ପଲ୍ଲୀସଭା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥିବା ସିଜିମାଳି ଖଣି ଖନନକୁ ଧୀରେ ଧୀରେ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଜଙ୍ଗଲ ଜମି କିସମ ପରିବର୍ତନ (ଏଫଆରଏ ) ନିମନ୍ତେ ୧୦ଟି ଗ୍ରାମରେ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ମାଲିପଦର, ଡୁମେରପଦର, କଣ୍ଟାମାଳ, ବୁଣ୍ଡେଲ, ଅଲିଗୁଣା, ସାଗବାରୀ, ପେଲନକୋଣା, କଟିବାଟା ଓ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲାମପଦର ପଞ୍ଚାୟତର ତିଜିମାଳୀ ଓ ଚୂଲୁବାଡି ଭଳି ଦଶଟି ଗ୍ରାମକୁ ନେଇ ଏଫଆରଏ ପାଇଁ ପଲ୍ଲୀସଭା ଆୟୋଜନ କରାଯାଇଥିଲା। ଏହି ପଲ୍ଲୀ ସଭାଗୁଡିକରେ ସମସ୍ତ ପ୍ରଭାବିତ ଅଞ୍ଚଳବାସି ଯୋଗ ଦେଇ ନିଜ ମତ ପ୍ରକାଶ କରିଥିଲେ ଓ ପଲ୍ଲୀସଭାକୁ ସମର୍ଥନ କରି ସଫଳ କରିଥିଲେ। ଖଣି ଖନନ ହେଲେ ଅଞ୍ଚଳର ବିକାଶ ସହିତ ବେକାରୀ ସମସ୍ୟା ଦୁର ହେବ ବୋଲି ପଲ୍ଲୀସଭା ଗୁଡିକରେ ମତ ପ୍ରକାଶ ପାଇଥିଲା। ପଲ୍ଲିସଭା ଗୁଡିକରେ ସୁରକ୍ଷା ଏବଂ ଆଇନଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ପଲ୍ଲିସଭା ଗୁଡିକରେ ସରକାରୀ ଅଧିକାରୀ ଓ ବେଦାନ୍ତ ଏବଂ ମୈତ୍ରୀ କମ୍ପାନୀ କର୍ତ୍ତ୍ତୃପକ୍ଷମାନେ ଉପସ୍ଥିତ ରହିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.