ରାୟଗଡ଼ାରେ ରମେଶ ଓ ବେଲା ଅଗ୍ରୱାଲ ହେଲ୍‌ଥକେୟାର ସେଂଟର ଉଦ୍‌ଘାଟିତ

ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କଲେ ଉଦଘାଟନ

“ମୋ ସହରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯୋଗଦାନ କରି ମୁଁ ଅତ୍ୟନ୍ତ ଗର୍ବିତ” -ରିତେଶ ଅଗ୍ରୱାଲ

ଓଡ଼ିଆ ବାର୍ତ୍ତା / ରାୟଗଡା (ଶିବ ନାରାୟଣ ଗଉଡ): ଗ୍ଲୋବାଲ ଟ୍ରାଭେଲ-ଟେକ୍ କମ୍ପାନୀ ଓୟୋର ପ୍ରତିଷ୍ଠାତା ରିତେଶ ଅଗରୱାଲ ଏବଂ ଲାଷ୍ଟ ମାଇଲ କେୟାର ପକ୍ଷରୁ ରାୟଗଡ଼ା ଠାରେ ରମେଶ ଓ ବେଲା ଅଗରୱାଲ ହେଲଥକେୟାର ସେଂଟରର ଶୁଭାରମ୍ଭ କରାଯାଇଛି।ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ସେଂଟର ତରଫରୁ ଅନଗ୍ରସର ଲୋକଙ୍କ ପାଇଁ ପ୍ରଥମ ତିନିମାସ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ସୁବିଧା ରହିଥିବାବେଳେ ପ୍ରଥମ ଛଅମାସ ପାଇଁ ରିହାତିମୂଳକ ଚିକିତ୍ସା ପ୍ରଦାନ କରାଯିବ। ଏହି କେନ୍ଦ୍ର ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରୁଛି ଏବଂ ରାୟଗଡ଼ା ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ସୁସ୍ଥତାର ଧାରାକୁ ପ୍ରୋତ୍ସାହିତ କରୁଛି।ଏହା ମଧ୍ୟ ପ୍ରତିଷେଧକ ଯତ୍ନ, ନିଦାନ ସେବା, ପ୍ରାଥମିକ ସ୍ୱାସ୍ଥ୍ୟସେବା, ସାଧାରଣ ରୋଗଜନିତ ଚିକିତ୍ସା ସମେତ ବିଶେଷଜ୍ଞ ପରାମର୍ଶ ଓ ରେଫରାଲ ସେବା, ସୁଲଭ ଔଷଧ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ସୁବିଧା ପ୍ରଦାନ କରୁଛି ବୋଲି କୁହାଯାଇଛି।ଏଠାରେ ସ୍ତ୍ରୀ ରୋଗ, ଚକ୍ଷୁ ରୋଗ ଏବଂ ହୃଦ୍ ଜନିତ ରୋଗରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ରହିଛି।ରୋଗୀଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବା ଲାଗି ଏକ ଫାର୍ମାସି ମଧ୍ୟ ରହିଛି।ଆମାଗୀ କିଛି ମାସ ମଧ୍ୟରେ ଓଡ଼ିଶାରେ ଏଭଳି ଆହୁରି ପାଂଚୋଟି କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି।ରିତେଶ ଅଗରୱାଲଙ୍କ ପିତାମାତା ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ବେଲା ଅଗ୍ରୱାଲଙ୍କ ପ୍ରତି ସମ୍ମାନ ଜଣାଇ ଏହି କେନ୍ଦ୍ରର ନାମକରଣ କରାଯାଇଛି । ଏହାର ପରିଚାଳନା ସହଯୋଗୀ ଭାବେ ଲାଷ୍ଟ ମାଇଲ କେୟାର ସହିତ ଏହି କେନ୍ଦ୍ର ଉଭୟ ଗରିବ ଓ ସାଧାରଣ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସୁସଜ୍ଜିତ ରହିଛି । ଓଡ଼ିଶାର ତାଣ୍ଡିପୁର ଗ୍ରାମରେ ଥିବା କେନ୍ଦ୍ର ସମେତ ଲାଷ୍ଟ ମାଇଲ୍ କେୟାର ସମଗ୍ର ଭାରତରେ ସଫଳତାର ସହ ୧୩ଟି ଏଭଳି କେନ୍ଦ୍ର ଚଳାଉଛି, ଯାହା ଓୟୋର ସିଏସ୍‌ଆର୍ ଶାଖା ଓୟୋ କେୟାର ସହଭାଗୀତାରେ ବିକଶିତ ହୋଇଛି।ରାୟଗଡ଼ାର ରମେଶ ଓ ବେଲା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ ସୁବିଧା ଓ ବୈଷୟିକ ସହାୟତାରେ ଏକ ବଡ଼ କେନ୍ଦ୍ର।ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ଉଦ୍‌ଘାଟନ କରି ଅନୁସୂଚିତ ଜାତି/ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ସମାବେଶୀ ଓ ସୁଲଭ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଦିଗରେ ସମସ୍ତ ସଂପୃକ୍ତ ପକ୍ଷଙ୍କ ସାମୂହିକ ପ୍ରତିବଦ୍ଧତାର ଏକ ପ୍ରମାଣ।ଏହା ଆଦିବାସୀ ସମ୍ପ୍ରଦାୟର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାରକୁ ସମ୍ମାନ ଦେବା ଦିଗରେ ଏକ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି।ଯାହା ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ କଲ୍ୟାଣରେ ଯୋଗଦାନ କରୁଛି। ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି ଯେ, “ମୋ ସହରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯୋଗଦାନ କରି ମୁଁ ଅତ୍ୟନ୍ତ ଗର୍ବିତ।ଏହି ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ସେହି ସମ୍ପ୍ରଦାୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏକ ମାଧ୍ୟମ ଯେଉଁମାନେ ମୋ ଜୀବନଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।” ରାୟଗଡ଼ା ଓଡ଼ିଶାର ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, ଯେଉଁଠାରେ ୮୮% ଲୋକ ଆଦିବାସୀ ଜନସଂଖ୍ୟାର ଅଟନ୍ତି। ଜିଲ୍ଲାର ସାକ୍ଷରତା ହାର ମାତ୍ର ୫୬% ଯାହା ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟ ବାର୍ତା ପହଂଚାଇବାରେ ସବୁଠାରୁ ବଡ ଆହ୍ୱାନ ଅଟେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.