କବିତା : ଏ କଣ ଅତୀତ

Omkar Vasthu
Omkar Vasthu

🖋ଡିଙ୍ଗର ନାଏକ

ଜୀବନର ଅନ୍ବେଷଣ ପଥରେ ବାନ୍ଧିହେଇ
ଘୁରିବୁଲୁଛି ଦିନପରେ ଦିନ
ରାତିପରେ ରାତି
ଏହିପରି କ୍ରମାନ୍ବୟ ଭାବରେ ।

Pearl dental clinic
Near Ashish Medical Store, Bhawanipatna

ହଠାତ୍ ମନେପଡେ ସେ ପିଲାବେଳ
ନଈପଠାର ସେ ବାଲିଘର ଖେଳ
ଜେଜେମା କହିଥିବା ରାଜ ଉଆସର
ରାଜାରାଣୀ ଗେଲ
ସେସବୁ କଣ ଏବେ ଫେରି ଆସିବ ?

Udyog Nursery
Udyogi Nursery

ସାଙ୍ଗସାଥି ମେଳେ ସେ କିଳିବାଡି
ସବେ ରଡାରଡି, ଭିଡାଭିଡି
କୁହୁକୁହୁ ସେ କୋଇଲିର ସ୍ବର
ମହାଭାରତ ଠୁଙ୍ଗି ବି ସାକ୍ଷୀଥିଲା ଆମ୍ବ ବଗିଚାର ।
କୁଳୁକୁଳୁ ସେ ନଦୀର ଧାର
ହେଲେ ଭସାଇନେଲା ଆଗକୁ ଆଗକୁ

ସମୟ ବି ଏଣେ ଆଲିଙ୍ଗନ କରୁଛି
ତା ଜୀବନଚକ୍ରରେ ଏଭଳି ଛନ୍ଦି ଦେଉଛି ଯେ
ସେ ସମୟ ଟିକେ ଆଗକୁ ଆଗକୁ ଗଲେ
ମତେ ମନେହେଉଛି
ଏ କଣ ଅତୀତ ଥିଲା ବୋଲି?

କନାଗାଁ, ଧର୍ମଗଡ, କଳାହାଣ୍ଡି
ମୋ-୮୬୫୮୯୧୬୪୧୭

ଆମ ହ୍ଵାଟ୍ସଆପ୍ ଗ୍ରୁପ୍ ଜଏନ୍ କରିବାକୁ ଏଠି କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.