ନୂଆପଡା,୮/୬ : ସଦର ବ୍ଲକ ଠାରୁ ୧୮ କିଲୋମିଟର ଦୂରରେ ଥିବା ପତୋରା ର ଯୋଗେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠୀ ପର୍ବ ଉପଲକ୍ଷେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ହୋମସିଂ ଦଣ୍ଡସେନା ଓ ତାଙ୍କ ଧର୍ମପତ୍ନୀ କାନ୍ତି ଦଣ୍ଡସେନା ମା ପାର୍ବତୀ ଙ୍କ ବାପା ଓ ମା ଭୂମିକା ଗ୍ରହଣ କରିଥିଲା ବେଳେ ଭାଇ ଭୂମିକା ରେ ହୋମସିଂ ଦଣ୍ଡସେନା ଙ୍କ ସୁପୁତ୍ର ନରେଶ ଦଣ୍ଡସେନା ଦାଇତ୍ୱ ତୁଲାଇ ଥିଲେ ।
ସେହିପରି ଭାବେ ବାବା ଶିବଙ୍କ ବାପା ଓ ମା ଙ୍କ ଭୂମିକା ରେ ମେଷ ରାମ ପଟେଲ ଏବଂ ତାଙ୍କ ଧର୍ମପତ୍ନୀ ଦାଇତ୍ୱ ତୁଲାଇ ଥିଲେ । ପାରମ୍ପରିକ ରୀତି ନୀତିରେ ଶିବପାର୍ବତୀଙ୍କ ବିଭାଘର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂଜା ଅର୍ଚନା କରି ଶିବ ମନ୍ଦିର ପ୍ରାଙ୍ଗଣରୁ ବାରାତ ଶୋଭାଯାତ୍ରା ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇ ଥିଲା ।
ପରେ ଆଖ ପାଖରୁ ସାମିଲ ହୋଇ ଥିବା ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇ ଥିଲା । ପୂଜାରୀ ସୁରେନ୍ଦ୍ର କୁମାର ଶର୍ମା ରୀତିମତ ହିସାବ ରେ ଏହି ବିଭାଘର ପୂଜା କାର୍ଯ୍ୟକ୍ରମ ଟି କୁ ତୁଲାଇ ଥିଲେ । ଯୋଗେଶ୍ୱର ମନ୍ଦିର କମିଟିର ମୁରଲୀ ପଣ୍ଡାଙ୍କ ସଭାପତିତ୍ୱରେ ସୁରେଶ ଅଗ୍ରୱାଲ, କେଶରୀ ଚନ୍ଦ୍ ଜୈନ, ଭରତ ରାଉତ, ଭାନୁ ଦଣ୍ଡସେନା, ମୋତି ରାୱଲ, ରାମ ଲାଲ ସାହୁ, ସାନୁ ଦୀକ୍ଷିତ, ତୁଳସୀ ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜର ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି କୁ ସଫଳ ରୂପାୟନ କରି ଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇