ଟ୍ରାକ୍ଟର ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର

 

କଲମପୁର,୧୦/୬ : କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ଥାନା ଅନ୍ତର୍ଗତ କାଶୀପୁର ସୀମାରେଖା ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ନିୟୋଜିତ ଶ୍ରମିକ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଏକ ଶ୍ରମିକ ଓ ଗାଡି ଚାଲକ ଗୁରୁତର ଭାବେ ନବରଙ୍ଗପୁର ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ଜଣାପଡିଛି । ମିଲିଥିବା ସୂଚନା ମୁତାବକ କାଶୀପୁର ଅଂଚଳର ଏକ ନମ୍ବର ବିହିନ ଟ୍ରାକ୍ଟର ଥୁଆମୁଲ ରାମପୁର ଅଂଚଳର ତେନ୍ତେୁଲି ପଦର ଗ୍ରାମରୁ ରାସ୍ତା କାମ ନିମନ୍ତେ ସେଣ୍ଟ୍ରିଙ୍ଗ୍ ପ୍ଲେଟ୍ ବୋଝେଇକରି ଦୁଇ ଜଣ ଶ୍ରମିକ ସହ ଗାଡି ଚାଲକ ଚେପ୍ଟାଘାଟ ଅଭିମୁଖେ ଯାଉଥିଲା । ଚେପ୍ଟା ଘାଟ ନିକଟବର୍ତ୍ତି ପୂର୍ବରୁ ଏକ କଲଭର୍ଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଆରୋହଣ କରିଥିବା ଶ୍ରମିକ ଚେପ୍ଟାଘାଟର ଘାସିରାମ ନାଏକଙ୍କ ପୂଅ ସୁରେଶନ ନାଏକ (୩୫) ଟ୍ରାକ୍ଟର ତଲେ ଚାପିହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ଏକ ଶ୍ରମିକ ଖଗପତି ନାଏକ ଓ ଗାଡିଚାଲକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନବରଙ୍ଗପୁର ଡାକ୍ତରଖାନାକୁ ଉଚ୍ଚ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ଖବର ପାଇ ମହୁଲପାଟଣା ଫାଣ୍ଡି ଏଏସଆଇ ମଲୟ କୁମାର ରଣା ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ଗ୍ରସ୍ତ ଟାକ୍ଟର ରେ ଚାପିହୋଇ ମୃତ୍ୟୁ ବରଣ କରିଥିବା ସୁରେଶନ ନାଏକର ମର ଶରୀରକୁ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଥିବା ବେଳେ ଥୁଆମୁଲ ରାମପୁର ଥାନାକୁ ସମସ୍ତ ତଥ୍ୟ ଅବଗତ କରାଇଥିଲେ । ଥୁଆମୁଲ ରାମପୁର ଚିକିତ୍ସାଧିକାରୀ ଅଭିନାଶ ରଥ ଶବ ବ୍ୟବଚ୍ଛେଦ କରିଥିବା ବେଳେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରାଯାଇଥିଲା । ଶନିବାର ଦିନ ଅପରାହ୍ନ ୬ଟା ସମୟରେ ଟ୍ରାକ୍ଟର ଟି ଦୁର୍ଘଟଣା ହୋଇଥିବା ବେଳେ ପୋଳିସ ରବିବାର ଦିନ ସକାଲେ ପହଞ୍ଚିଥିଲା । ଉକ୍ତ ଟାକ୍ଟର ମାଲିକ ପଞ୍ଜରା ଗାଁର ରଙ୍କ ନାଏକ ବୋଲି ଜଣାପଡିଥିବା ବେଳେ କାଗଜ ପତ୍ର ବିହିନଗାଡିରେ ଦୁର୍ଘଟଣା ଘଟିଥିବାରୁ ସହାୟତା ରାଶି ପାଇବା ନେଇ ଆସଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ମୃତ୍ୟୁ ବରଣ କରିଥିବା ଗରୀବ ଶ୍ରମିକଟି କୁ କ୍ଷତି ପୂରଣ ଓ ଗୁରୁତର ମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଜନ ସାଧାରଣରେ ଦାବି ହେଉଛି ।

Udyog Nursery
Udyogi Nursery

 

କଲମପୁର ପ୍ରତିନିଧି  ତୁଲାରାମ ନାଏକଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.