କୋକସରା,୧୦/୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ଗ୍ରାମରୁ ଟେମରା ପୁରୁଣା ମଦଭାଟି ଛକ ଦେଇ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତା ଏବେ ଠିକାଦାର ମାନଙ୍କ ପାଇଁ ଅର୍ଥ ଉପାର୍ଜନର ପନ୍ଥା ପାଲଟିଛି । ପଞ୍ଚାୟତ ସମିତି ଅଧିନରେ ଥିବା ଏହି ରାସ୍ତା ପ୍ରତିବର୍ଷ ଲକ୍ଷାଧିକ ଟାଙ୍କା ବ୍ୟୟ ଅଟକଳରେ ମରାମତି କରାଯାଉଥିଲେ ହେଁ ଆଜି ମଧ୍ୟ ସୁଧୁରି ପାରୁନାହିଁ । ଖରା ଦିନେ କଷ୍ଟେମଷ୍ଟେ ଚଲିଯାଉଥିବା ବେଳେ ବର୍ଷା ସମୟରେ ଏହିରାସ୍ତା ଦେଇ ଲୋକେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ପ୍ରସିଦ୍ଧ ଗୁଡହାଣ୍ଡି ଡୋକରି ଚଞ୍ଚରା ପର୍ଯ୍ୟଟନ ସ୍ଥଳିକୁ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ପ୍ରତିଦିନ ଅନେକ ସଂଖ୍ୟାରେ ଜାନବାହାନ ଚଲାଚଲ ଲାଗିରହିଥାଏ । ବାରମ୍ବାର ନିର୍ମାଣ ସତ୍ତ୍ୱେ ଏହି ରାସ୍ତା ସେଚାନୀୟ ହେବା ଫଳରେ ବିଶେଷ କରି ବର୍ଷାଋତୁ ସମୟରେ ଛାତ୍ରଛାତ୍ରୀ ସ୍କୁଲ ଯିବାରେ ଓ ରୋଗୀ ମାନଙ୍କୁ ଡାକ୍ତରଖାନା ନେବାରେ ହଟ ହଟା ହେଉଥିବା ଦେଖିବାକୁ ମିଲେ ।

ଏହି ରାସ୍ତାର ଉନ୍ନତି କରଣ ପାଇଁ ବିଭିନ୍ନ ସମୟରେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଅର୍ଥଖର୍ଚ୍ଚ କରୁଥିଲେ ମଧ୍ୟ କେତେକ ଅସାଧୁ ଠିକାଦାର ଓ ଲାଭଖୋର ବିଭାଗୀୟ ଅଧିକାରୀ ମାନଙ୍କ ପାଇଁ ସୁଫଲ ମିଲିପାରୁନାହିଁ । ଯାହା ଫଲରେ ସାଧାରଣ ଜନତା ବହୁ ଅସୁବିଧା ଭୋଗୁଛନ୍ତି । ପ୍ରତିଦିନ ମହିମା, ଭୂର୍ଷାଗୁଡା, ଘଂଟିଗୁଡା, ଖଲିଗଡ, ଡୁଡୁକାଠେଙ୍ଗା, ମାଲପଡା, ପୋଡାଖୋଲ ଆଦି ଅଂଚଳ ବାସୀ ଏହିରାସ୍ତା ଦେଇ କୋକସରା ବ୍ଲକ ଅଫିସ ତଥା ଆଦି ସ୍ଥାନକୁ ଯିବାଆସିବା କରିଥାନ୍ତି । ବାରମ୍ବାର ଏହି ରାସ୍ତା ନିର୍ମାଣ ନିମନ୍ତେ ଲୋକେ ବ୍ଲକ ପ୍ରସାଶନ, ଧର୍ମଗଡ ପୂର୍ବତନ ବିଧାୟକ, ଜିଲ୍ଲା ପ୍ରସାଶନଙ୍କୁ ଜଣାଇ ଥିଲେ କିନ୍ତୁ ଫଲାଫଲ ଶୂନ । ମହିମା ଗ୍ରାମବାସୀ ଗତ ୨୦୧୪ ସାଧାରଣ ନିର୍ବାଚନରେ ୭ ଗୋଟି ପ୍ରମୂଖ ସମସ୍ୟାକୁ ନେଇ ଭୋଟ ବର୍ଜନ ପାଇଁ ମଧ୍ୟ ନିଷ୍ପତି ନେଇଥିବା ବେଳେ ମୂଖ୍ୟ ସମସ୍ୟା ରାସ୍ତା ରହିଥିଲେ । ପରବର୍ତ୍ତି ସମୟରେ କୌଣସି ପ୍ରକାରେ ବିଭିନ୍ନ ରାଜନୈତିକ ଦଳର ରାଜନେତା ଓ ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଂଚି ବିଭିନ୍ନ ସମସ୍ୟା ସହ ରାସ୍ତା ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କୁ ଭୋଟ୍ ବର୍ଜନରୁ ରୋକି ଦେଇଥିଲେ । ବ୍ୟକ୍ତିଗତ ଭାବରେ ଗ୍ରାମର କିଛି ସଚେତନ ନାଗରୀକ ରାସ୍ତା ସମସ୍ୟା କୁ ନେଇ ନବୀନ ନିବାସ ଯାଇ ମଧ୍ୟ ଦରଖାସ୍ତ କରିଥିବା ଜଣାପଡିଛି । ଏହା ବ୍ୟତିତ ଗତବର୍ଷ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ସାମହିକ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ଲାଭ ହୋଇ ପାରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଏହି ରାସ୍ତାକୁ ପ୍ରଧାନ ମନ୍ତ୍ରୀ ସଡକ କିମ୍ବା ମୂଖ୍ୟ ମନ୍ତ୍ରୀ ରାସ୍ତାରେ ଅନ୍ତଭୂକ୍ତ କରି ତୁରନ୍ତ ନିର୍ମାଣ କରାଯାଉ ବୋଲି ଭଦ୍ରେଶ୍ୱର ପାତ୍ର, ଘନଶ୍ୟାମ ନାଏକ, ସୁଜନ ନାଏକ, ଉମାଶଙ୍କର ନାଏକ, ଜେଜେରାମ ନାଏକ, ଭୂବନେଶ୍ୱର ନାଏକ, ନିଲାମ୍ବର ନାଏକ, ଦିନକୃର୍ଷ୍ଣ କୋଲଥିଆ, ବିରଞ୍ଚି ସାହୁ ପ୍ରମୁଖ ଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆଗମି ଦିନରେ ଏଥିପ୍ରତି ଦୃଷ୍ଟି ଦିଆନଯାଇ ତେବେ ବଡ ଧରଣର ଆନ୍ଦୋଲନ କରିବା ପାଇଁ ଗ୍ରାମବାସୀ ଚେତାବନି ଦେଇଛନ୍ତି । ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ସେଇ ରାସ୍ତା ରପାଇରିଙ୍ଗ୍ କରାଯାଇଥିଲା ଦେଖିବା ଭବିଶ୍ୟତରେ ତାପାଇଁ ଆମେ ଆଲୋଚନା କରି ଯୋଜନା କରିବୁ ବୋଲି କହିଥିଲେ ।





