ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଘୁରି ବୁଲିଛି ଏକ ଜବରଦସ୍ତ ଖବର । ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମସୁଦ ଅଜହର ସୋମବାର ପାକିସ୍ତାନରେ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି । କେହି ଅଜ୍ଞାତ ଆତଙ୍କୀ ବୋମା ବିସ୍ଫୋରଣ କରିବା ପରେ ସୋସିଆଲ ମିଡିଆରେ ଲଗାତାର ଏପରି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୌଲାନା ମସୁଦ ଅଜହର ଆତଙ୍କୀ ସଂଗଠନ ଜୈଶ-ଇ-ମୋହମ୍ମଦର ମୁ୍ଖ୍ୟ ଅଟେ । ତେବେ ବର୍ତ୍ତମାନ ସୁଦ୍ଧା ମସୁଦର ମୃତ୍ୟୁକୁ ନେଇ କୌଣସି ଅଧିକାରୀ ସ୍ତରରେ ସୂଚନା ଦିଆ ଯାଇନାହିଁ । ପାକିସ୍ତାନ ମିଡିଆରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ମସୁଦ ଅଜହର ଆଜି ସକାଳ ୫ଟାରେ ଭାବଲପୁର ମସଜିଦରୁ ଫେରୁଥିଲା । ଏହି ସମୟରେ କେହି ଅଜ୍ଞାତ ବ୍ୟକ୍ତି ବିସ୍ଫୋରଣ ଘଟାଇଥିଲେ । ଏହି ବିସ୍ଫୋରଣରେ ମସୁଦର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଜଣେ ୟୁଜର ଲେଖିଛନ୍ତି, ଅସମର୍ଥିତ ରିପୋର୍ଟ ଅନୁସାରେ, ଆଜି ସକାଳ ୫ଟାରେ କନ୍ଧାର ହାଇଜାକର ମସୁଦ ଅଜହରର ମୃତ୍ୟୁ ଘଟିଛି । ଅଜଣା ବ୍ୟକ୍ତିଙ୍କ ବୋମା ବିସ୍ଫୋରଣରେ ତାର ମୃତ୍ୟୂ ଘଟିଛି । ପୀୟୂଷ ସିଂହ ନାମକ ଜଣେ ୟୁଜର୍ସ ଲେଖିଛନ୍ତି, ଦାଉଦ ଇବ୍ରାହିମ ପରେ ଅଜ୍ଞାତ ଆତତାୟୀ ମସୁଦ ଅଜହରର ଅଜଣା ଆତତାୟୀଙ୍କ ବିସ୍ଫେରଣରେ ମୃତ୍ୟୁ ଘଟିଛି । ନୂଆ ବର୍ଷର ଉପହାର ପାଇଁ ଅଜଣା ଆତତାୟୀଙ୍କୁ ଧନ୍ୟବାଦ ।‘
𝐍𝐞𝐰 𝐘𝐞𝐚𝐫 𝐆𝐢𝐟𝐭 𝐟𝐫𝐨𝐦 𝐔𝐧𝐤𝐧𝐨𝐰𝐧 𝐌𝐚𝐧
BIG BREAKING NEWS – As per unconfirmed reports, Most wanted terrorist, Kandhar hijacker Masood Azhar, has been kiIIIed in a bomb expIosion by 𝐔𝐍𝐊𝐍𝐎𝐖𝐍 𝐌𝐄𝐍 at 5 am. pic.twitter.com/NCsntm0XTP
— Oxomiya Jiyori
(@SouleFacts) January 1, 2024
BIG BREAKING NEWS – As per unconfirmed reports, Most wanted terrorist, Kandhar hijacker Masood Azhar, has been kiIIIed in a bomb expIosion by UNKNOWN MEN at 5 am
He was going back from Bhawalpur mosque. UNKNOWN MEN working even on New Year day
He was the chief of Terror… pic.twitter.com/XG97TMmIE8
— Times Algebra (@TimesAlgebraIND) January 1, 2024
Kandhar hijacker,Chief of Terror group Jaish-E-Mohammad, Masood Azhar has been killed in a bomb explosion by ‘Unknown Men’
pic.twitter.com/sV8gw4n003
— Kadak (@kadak_chai_) January 1, 2024