ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ବାଇକ୍ ଆରୋହୀ ମୃତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସନ୍ଧ୍ୟା ୫ ଟା ବେଳେ ସୋନପୁର ଜିଲ୍ଲା ମୁଖ୍ୟ ବୁଢ଼ାରଜା ଛକରୁ ନୂତନ ମେଡିକାଲ ରାସ୍ତା କଡ଼ର ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଫାୟାର ଗାଡି ଘଟଣା ସ୍ଥଳରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ବୟସ ୫୦ ରୁ ୫୫ ବୟସ ହୋଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ ଏକ ବାଇକ୍ ଓଡି୧୭କ୍ୟୁ ୯୬୩୬ ଉଦ୍ଧାର କରାଯାଇ ଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.