ମାଣ୍ଡେଲରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ସମିତି ସଭ୍ୟା ସୀମନ୍ତିକା ଚାନ୍ଦଙ୍କ ନେତୃତ୍ୱରେ କଳାପାହାଡ଼ ପୀଠରୁ ମଞ୍ଚ ପର୍ଯ୍ୟନ୍ତ ଏକ ଭବ୍ୟ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଣ୍ଡେଲ ସରପଞ୍ଚ ଶ୍ରୀ ଜାଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା  ଦେବେନ୍ଦ୍ର ସାମଲ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିଅର କଲେଜର ଅଧ୍ୟାପକ ସରୋଜ କୁମାର ଜେନା, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ଓଡ଼ିଆ ବାର୍ତ୍ତା ଏମଡି ସୁନିଲ କୁମାର ଅଗ୍ରୱାଲ, ସମିତି ସଭ୍ୟା ସୀମନ୍ତିକା ଚାନ୍ଦ ପ୍ରମୁଖ  ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମାଣ୍ଡେଲ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବିଭାଗର ସର୍ବମୋଟ ୭୭ଜଣ କର୍ମଚାରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଏହି କର୍ମଚାରୀମାନଙ୍କ ମଧ୍ୟରେ ବନ ବିଭାଗ, ପ୍ରାଣୀ ସଂପଦ ବିଭାଗ, ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ଶିକ୍ଷା ବିଭାଗ ଆଦି ସମସ୍ତ ବିଭାଗର କର୍ମଚାରୀଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ସିଆରପି, ଏମବିକେ, ପାଚକ ପାଚିକା, ଶିକ୍ଷକ ଶିକ୍ଷୟିତ୍ରୀ, କନିଷ୍ଠ ଯନ୍ତ୍ରୀ, ପିଅନମାନେ ସାମିଲ ଥିଲେ। ଏହି ଅବସରରେ ଗ୍ରାମ ପଞ୍ଚାୟତର ଓ୍ବାର୍ଡ ସଭ୍ୟସଭ୍ୟା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଆରତୀ ମାଝୀ, ଜିଆରଏସ ଆୟୁଷ୍ମାନ ବୁଦ୍ଧିଆ, ଯୋଗାଣ ସହାୟକ ବାସବ ମହାନନ୍ଦ, ପଞ୍ଚାୟତର ସେବକ ମୁକୁନ୍ଦ ମାହାରଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ ସାରଥି ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ଶାରୀରିକ ଶିକ୍ଷକ ନାରାୟଣ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ଭାବରେ ସହଯୋଗ କରିଥିଲେ। କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.