ସୁବର୍ଣ୍ଣ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ -୨୦୨୪ ର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା ଉଦଘାଟିତ ହୋଇ ଯାଇଛି। ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ ଓ ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ସୁବର୍ଣ୍ଣପୁରର କଳା ସଂସ୍କୃତି ପର୍ଯ୍ୟଟନ ବିକାଶ ଦିଗରେ ସରକାର ସବୁବେଳେ ଚେଷ୍ଟା ଜାରୀ ରଖିଛନ୍ତି ବୋଲି କହିଥିଲେ। ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳା କୁ ସମସ୍ତ ଅତିଥି ବୁଲି ଦେଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ଅବିନାଶ ହୋତା ସଂଯୋଜନା କରିଥିବା ବେଳେ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସଂଧ୍ୟାରେ ଜିଲ୍ଲା ଓ ଅନ୍ୟ ଜିଲ୍ଳା ତଥା ରାଜ୍ୟର ବିଭିନ୍ନ କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ପଞ୍ଚମ ବଲାଙ୍ଗୀର, ରାୟଗଡାର ଢେମସା, ଆସାମର ଵିହୁ, ବଜାସାଲ କଳାହାଣ୍ଡି, ସ୍ଵୟଂ ଅନୁଷ୍ଠାନ, ପଡ଼ିଆବହାଲ, ଘୁମୁରା, ବିକେଏସଏସ, ସୋନପୁର କଳାକାରଙ୍କ ନୃତ୍ୟ ଗୀତରେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.