ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଠିତ ହୋଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମ୍ମାନିତ ଅତିଥି ଭାବର ସିଆରସିସି ଶ୍ରବଣ ରଥ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ। ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀଙ୍କ ଅଧ୍ୟକ୍ଷତରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସଦସ୍ୟ ମାନେ ଶୋଭାଯାତ୍ରାରେ ନିକଟସ୍ଥ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ସେଠାରୁ ମଶାଲ ନେଇ ଶୋଭାଯାତ୍ରାରେ ବିଦ୍ୟାଳୟକୁ ଆସିଥିଲେ। ମଞ୍ଚରେ ମାଶାଲ ସ୍ଥାପନ ପରେ ଅତିଥିମାନେ ଶ୍ରୀ ଗଜାନନଙ୍କର ପୂଜାର୍ଚ୍ଚନା ପୂର୍ବକ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଏହାପରେ ବିଭିନ୍ନ ଇଭେଣ୍ଟର ଖେଳ ଅନୁଷ୍ଠିତ ହୋଇଥିଲା। ଖେଳ ପରିଚାଳନା କରିବାରେ ଘଣ୍ଟମାଲ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅମ୍ବିକା ପଣ୍ଡା, ରେଖା ଖେତାନ, ଗୁଣ୍ଡିଚା ରାଣୀ ବାଡତ୍ୟା, ବିଜ୍ଞାନ ଶିକ୍ଷକ ସାମନ୍ତରାୟ, ସଂସ୍କୃତ ଶିକ୍ଷକ ଶତୃଘ୍ନ ସେଠୀ ଏବଂ ଜୟଶ୍ରୀ ଗୋଚ୍ଛାୟତ ତଥା ପାଚିକା ଦ୍ବୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଯାପନ ଘୋଷଣା କରିଥିଲେ।





