କାଣ୍ଡେତରାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ହେବ ଶୋଭାଯାତ୍ରା ଓ ଶ୍ରୀରାମ ଲୀଳା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ କାଣ୍ଡେତରା ଗାଁରେ ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ହେବାକୁଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏକ ଭବ୍ୟ ଶୋଭାଯାତ୍ରା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି | ଏ ନେଇ ଏକ ପୂର୍ବ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି | ତେବେ କାଣ୍ଡେତରା ଗାଁର ଯୁବକମାନଙ୍କ ଉଦ୍ୟମକ୍ରମେ ଉକ୍ତଦିନ ଏକ ଭବ୍ୟ ଶୋଭାଯାତ୍ରା କାଣ୍ଡେତରା ରୁ ପଡୋଶୀ ବଲାଙ୍ଗୀର ଜିଲ୍ଲା ଲାଠୋର ସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜାର୍ଚନା କରି ପୁନଃ କାଣ୍ଡେତରା ଗାଁକୁ ଫେରିବ | ଦିନବେଳା ସମସ୍ତ ଶ୍ରୀରାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରାର ବ୍ୟବସ୍ଥା ମଧ୍ୟ ରଖାଯାଇଛି | ଅପରାହ୍ନରେ ଉକ୍ତ ଭବ୍ୟ ଶୋଭାଯାତ୍ରା କାଣ୍ଡେତରା ଗାଁରେ ପରିଭ୍ରମଣ କରିବ | ଶ୍ରୀରାମଙ୍କ ଏହି ଭବ୍ୟ ଶୋଭାଯାତ୍ରାରେ ଘଣ୍ଟବଜା, କୀର୍ତ୍ତନ ଓ ଡିଜେ ସାଉଣ୍ଡ ରହିବ | ଶ୍ରୀରାମଙ୍କ ନାମ ଜପ କରୁଥିବା ଶୋଭାଯାତ୍ରାକୁ ଗାଁ ଲୋକେ ନିଜ ଘର ସମ୍ମୁଖରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବେ | ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପରେ ସନ୍ଧ୍ୟା ସମୟରେ ଶ୍ରୀରାମ କଥା ଓ ପୌରାଣିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ଏଥିରେ ଗାଁ ଓ ଆଖପାଖ ଅଂଚଳର ସମସ୍ତ ଗ୍ରାମବାସୀ ଯୋଗଦେବେ | ଏହି ପୂର୍ବ ପ୍ରସ୍ତୁତି ବୈଠକରେ ପୁରେନ୍ଦ୍ର ସତନାମୀ, ଦିଗମ ସାହୁ, ଛନୁଲାଲ ସତନାମୀ, କବି ଦାସ, ଲୋଚନ ରଣା, ସୁରେନ୍ଦ୍ର ସତନାମୀ, ରିଙ୍କୁ ସତନାମୀ, ସୁପ୍ରିତ ରାଉତ, ନରୋତ୍ତମ ଦଣ୍ଡସେନା, ପ୍ରଦୀପ୍ ସତନାମୀ, ଦିଲୀପ ଦାସ, ଜ୍ଞାନେଶ୍ୱର ରଣା, ନରେଶ ସିନ୍ଦୁର ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.