କୃଷ୍ଣ ବଳରାମଙ୍କ ହସ୍ତରେ କଂସବଧ, ଉଗ୍ରେସନଙ୍କ ରାଜ୍ୟାଭିଷେକ
ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଆମାନାରା ଧନୁଯାତ୍ରା ମହୋତ୍ସବର ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ, ବିଶିଷ୍ଠ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ନୂଆପଡା ଏନଏସି ଅଧକ୍ଷ ଆଦମ ଖାନ, ଜାମପାଣି ସମିତି ସଭ୍ୟ ଚିନିଲାଲ ସାହୁ, ସମ୍ମାନିତ ଅତିଥି ଭାବେ ମୋଟାନୂଆପଡା ସରପଞ୍ଚ ମୋତିଲାଲ ଉଜିର, ବିଶୋରା ସରପଞ୍ଚ ପ୍ରତିନିଧି ମୋନଜ ଦଣ୍ଡସେନା, ବେଲଟୁକୁରି ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ଚନ୍ଦ୍ରକାର, ଫରେଷ୍ଟର ଆମାନାରା ବିଘ୍ନରାଜ ପୋଢ଼, ଗାର୍ଡ ହେମନ୍ତ ଦୁର୍ଗା, ବିଜେଡି ନେତା ପୂରଷୋତ୍ତମ ଭାବେ ପ୍ରମୁଖ ପ୍ରମୁଖ ଯୋଗଦେଇଥିଲେ। ଆୟୋଜକ କମିଟିର ଉପ ସଭାପତି ନନ୍ଦଲାଲ ରାଉତ ମଞ୍ଚ ପରିଚାଳନା କରିଥିଲେ। ଶେଷ ରଜନୀରେ ମହାରାଜ କଂସଙ୍କ ନିର୍ଦେଶ କ୍ରମେ ଉଗ୍ରେସନ ଗୋପପୁରରୁ କୃଷ୍ଣ ଓ ବଳରାମ ମଥୁରା ନଗରୀକୁ ଧନୁଯାତ୍ରା ଦେଖିବାକୁ ନିମନ୍ତ୍ରଣ କରି ଆଣିଥିଲେ। କୃଷ୍ଣ ବଳରାମଙ୍କୁ ଦେଖି ମଞ୍ଚରୁ ପଡି ମହାରାଜ କଂସଙ୍କ ମୃତ୍ୟୁ ହୋଇଥିଲା। ତେବେ କଂସ ବଧ ସହ ଏହି ଧନୁଯାତ୍ରା ଉଦଯାପିତ ହୋଇଥିଲା। କଂସ ଭୂମିକାରେ ଚିଚିନ୍ଦାର ପ୍ରସିଦ୍ଧ କଳାକାର ଝସକେତନ ପ୍ରଧାନଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା। ଶେଷ ରଜନୀରେ ଛତିଶଗଡି ଅର୍କେଷ୍ଟା ଦର୍ଶକଙ୍କ ମନୋରଞ୍ଜନ କରିଥିଲା। କମିଟି ସଭାପତି ଚନ୍ଦ୍ରକାନ୍ତ ଠାକୁର, ସମ୍ପାଦକ ୟୋଗେଶ ନିର୍ମଲକର, କୋଷାଧକ୍ଷ ଦିଲୀପ ସିନ୍ହା, ସମାଜସେବୀ ହୀରା ନାୟକ, ଯୁଗ୍ମ ସମ୍ପାଦକ ସେର ସିଂ ଠାକୁର, ନରେଶ ସାହୁ, ସନ୍ତୋଷ ରାଉତ, ଚୁରଣ ସିଂ ମାଝୀ, ଉମାଶଙ୍କର ଠାକୁର, ହେମା ରାଉତ, ବହାଦୁର ପାଣ୍ଡେ, ତୋପ ସିଂ ଠାକୁର, ଦେବି ସିଂ ମାଝୀ, ଠାକୁର ରାମ ପଟେଲ, ଯୋଗେନ୍ଦ୍ର ଶର୍ମା, ନୀଳାମ୍ବର ରାଉତ, ପରମେଶ୍ୱର ମାଝୀ, ରାକେଶ ସାହୁ, ହେମନ୍ତ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।