କନ୍ଧବୋରୀ ଗାଁରେ ସଂପନ୍ନ ହେଲା ଆଦିବାସୀ ସଂସ୍କୃତିର ମହାନ ପର୍ବ ‘ଟୋକିମରା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଦିବାସୀଙ୍କ ପୁଣ୍ୟଭୂମି ‘କଳାହାଣ୍ଡି’ କେଉଁ ଏକ ଆବାହମାନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ‘ଆଦି ସଂସ୍କୃତି’ ଓ ପରମ୍ପରାର ବିଜୟ ବୈଜୟନ୍ତୀ ଉଡ଼ାଇ ଆସୁଛି। ଆଦିବାସୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ‘ଟୋକିମରା’ ପର୍ବ ଏକ ପ୍ରମୁଖ ପରବ ଭାବେ ପ୍ରାଚୀନ ଧର୍ମଧାରାକୁ ନେଇ ଗତିଶୀଳ ହୋଇଥାଏ। ପୁଷ୍ ମାସ୍ ବା ପୌଷ ମାସ ଆଦିବାସୀ ସଂସ୍କୃତିରେ ବିଶେଷ ଗୁରୁତ୍ଵ ବହନ କରେ। ଏହି ସମୟରେ ପାଳିତ ହୋଇଥାଏ ଟୋକିମରା ପର୍ବ। ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କନ୍ଧବୋରୀ ଗାଁରେ ପାରମ୍ପରିକ ରିତି ନିତି ଅନୁସାରେ ଟୋକିମରା ପର୍ବ ପାଳିତ ହୋଇଛି। କନ୍ଧବୋରୀ ଗାଁରେ ତିନି ବର୍ଷକୁ ଥରେ ଏହି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଟୋକିମରା ପର୍ବ ପୂର୍ବରୁ ଗାଁ ଗୌନ୍ତିଆ ଗୋବିନ୍ଦ ମାଝୀ ଜାନିମାନଙ୍କୁ ନିମନ୍ତ୍ରଣ କରିଥିଲେ। ୭ ଜଣ ଜାନି ପୂଜାର ପୂର୍ବଦିନ ଆସି ଧରଣୀ ଗୁଡ଼ିରେ କୁଇ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ଧରଣୀ ଦେବୀ ଓ ପାର୍ଶ୍ବ ଦେବାଦେବୀମାନଙ୍କର ଅହୋରାତ୍ର ଆହ୍ଵାନ କରିଥିଲେ। ଏହାର ପରଦିନ ଟୋକିମରା ରିତି ପରମ୍ପରା ଅନୁକ୍ରମେ ଅନୁସୃତ ହୋଇଥିଲା। ଏହି ପର୍ବରେ ପ୍ରାଚୀନ ଆଦିବାସୀ ସଂସ୍କୃତିର ମହାନ ପରମ୍ପରା ପରିଦୃଶ୍ୟ ହୋଇଛି। ପର୍ବକୁ ନେଇ ଆଦିବାସୀ ପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଜନସାଧାରଣ ବେଶ୍ ଉତ୍ସାହିତ ଥିବା ଦେଖା ଯାଇଥିଲା। କୃଷି ସଭ୍ୟତା ସହ ଏହି ପ୍ରାଚୀନ ପର୍ବର ଗୁଢ ସମ୍ବନ୍ଧ ରହିଛି। ଜମିରୁ ଉତ୍ପାଦିତ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଧରଣୀ ବୁଢ଼ୀ (ଧରିତ୍ରୀ ମାତା)କୁ ସମର୍ପଣ କରିବା ସହ ଗୃହପାଳିତ ପଶୁପକ୍ଷୀମାନଙ୍କର ସୁରକ୍ଷା ଏବଂ ଆଗାମୀ ଦିନରେ ଉତ୍ତମ ଫସଲ ଅମଳର ମାନସୀକତା ନେଇ ଟୋକିମରା ପର୍ବ ପାଳନ କରାଯାଇଥାଏ। ତେବେ କନ୍ଧବୋରୀ ଗାଁରେ ଆୟୋଜିତ ଉକ୍ତ ପର୍ବରେ ଧରଣୀ ଜାନି ବାୟା ମାଝୀ, ପୁଙ୍ଗୁରୀ ମାଝୀ, ଚନ୍ଦ୍ର ମାଝୀ, ସମ୍ବା ମାଝୀ, ଋଷି ମାଝୀ, ଶୁକ୍ରୁ ମାଝୀ ପୂଜାର୍ଚ୍ଚନାରେ ସାମିଲ ଥିବା ବେଳେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ଲାଞ୍ଜିଗଡ ପ୍ରେସ କ୍ଳବ ସଭାପତି କୈଳାସ ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ। କାନକୁଟ୍ରୁ ସରପଞ୍ଚ ବନମାଳି ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.