ମ.ରାମପୁର ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଶ୍ବିନୀ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ  ସୀମାଞ୍ଚଳ ମିଶ୍ର (ଅବସରପ୍ରାପ୍ତ ପ୍ରାଧ୍ୟାପକ, ଅର୍ଥନୀତି ବିଭାଗ), ସମ୍ମାନିତ ଅତିଥି ଭାବେ ଡମ୍ବରୁଧର କର୍ମୀ (ସାମାଜିକ ସମରସତା ସଂଯୋଜକ, ବଲାଙ୍ଗୀର ବିଭାଗ- ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ସମ୍ମାନିତ ଅତିଥି ଭାବେ ସବ୍ଯସାଚୀ ବେହେରା (ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମ.ରାମପୁର ବ୍ଳକ) ଯୋଗଦେଇ ଶିକ୍ଷା, ସଂସ୍କାର, ବିଚାର,ସଂସ୍କୃତି ସମ୍ବନ୍ଧରେ ବକ୍ତବ୍ଯ ପ୍ରଦାନ କରିଥିଲେ।ପ୍ରଧାନାଚାର୍ଯ୍ଯ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ରଜନୀକାନ୍ତ ମହାଖୁଡ ବାର୍ଷିକ ବିବରଣୀ ପଠନ କରିଥିଲେ। ଶେଷରେ ଉପ ସଭାପତି ଅଶୋକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। କୃତି ପ୍ରତିଭାଗୀ ଛାତ୍ର/ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଶିଶୁ ଭାଇ ଭଉଣୀମାନେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମାତୃ ଭାରତୀ, ପୂର୍ବ ଛାତ୍ର, ଅଭିଭାବକ/ଅଭିଭାବିକା, ଗୁରୁଜୀ/ଗୁରୁମାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.