ମୋହନଗିରିଠାରେ ରାଜ୍ୟ ସ୍ତରୀୟ କ୍ରିକେଟ ମ୍ୟାଚ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ମୋହନଗିରି ୧୯ତମ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତି ଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ସର୍ବ ପ୍ରଥମେ ଶିବ ମନ୍ଦିର ମଶାଲ ଯାତ୍ରା କରି ଖେଳ ପଡିଆ ରେ ସ୍ଥାପନ କରି ଆଜିକାର ମୁଖ୍ୟ ଅତିଥି ଅଧକ୍ଷ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ସମେତ ଅନୁଷ୍ଠାନ ସଭାପତି ଶୁକଦେବ ସାହୁ ଉପ ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ସମ୍ପାଦକ ଲଷ୍ମୀ କାନ୍ତ ବେହେରା ସହ ସମ୍ପାଦକ ଦିବାକର ସାହୁ, ସୁନୀଲ କୁମାର ଭୋଇ. ବିଶ୍ୱନାଥ ପୋଡ଼. ଚନ୍ଦ୍ର ଭାନୁ ବେହେରା ଓ ଅନୁଷ୍ଠାନ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆଜି ବଲାଙ୍ଗୀର ବନାମ ଫୁଲବାଣୀ ମଧ୍ୟରେ ହୋଇ ଥିଲା । ପ୍ରଥମ ଦିବସ ମ୍ୟାଚ ରେ ଟଶ ଜିତି ୧୬ ଓଭର ୨୪୦/୧୦ ର ଜବାବରେ ଫୁଲବାଣୀ
୧୫ଓଭର ୪ ବଲ ୧୨୭ ରନ ସମସ୍ତ ୱିକେଟ ହରାଇ ଥିଲେ । ବଲାଙ୍ଗୀର ଦଳ ର ମ୍ୟାନ ଅଫ ଦ ମ୍ୟାଚ କ୍ରିଷ୍ଣା ସାହୁ ଙ୍କୁ ପ୍ରଦାନ କରାଯାଇଥିଲା । ସ୍କୋରର ଦୈତାରି ମାଝୀ. ଭାଷ୍ୟକାର ସ୍ଵପ୍ନେଶ୍ଵର କର୍ମୀ, ଆମ୍ପେୟାର୍ ଦୀପକ ସାହୁ, ଧୀରେନ୍ଦ୍ର ବିଶ୍ୱାଳ ରହିଥିବା ବେଳେ ବାପି ସା, ହୁତେଶ ଧରୁଆ, ଚନ୍ଦ୍ରକାନ୍ତ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ଦିବସ ରେ ବରଗଡ଼ ଓ ରାଉରକେଲା ମଧ୍ଯ ରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.