ନୂଆପଡା,୧୫/୬ : ସଦର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ନିକଟରେ ଶୁକ୍ରବାର ଦିନ ସନ୍ଧ୍ୟାରେ ବଜରଙ୍ଗ ଦଳ ନୂଆପଡା ତରଫରୁ ବିଶ୍ୱ ରକ୍ତ ଦାନ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ରୂପେ ଶ୍ରୀ ଧନୀରାମ ସାହୁ ଯୋଗ ଦେଇ ଥିଲା ବେଳେ ଖରିଆର ରୋଡର ପୂର୍ବତନ ଅଧକ୍ଷ ରାଜୁ ଚୌହାନ, ବିଶିଷ୍ଟ ଆଇନଜୀବୀ ବଣ୍ଟି ପଟେଲ, ଯୁବ ନେତା ଆଭାସ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ । ପ୍ରକାଶ ଯେ ବଜରଙ୍ଗ ଦଳ ଗତ ୬୦ ଦିନ ଧରି କାମ କରି ଆସୁଛି । ମୁଖ୍ୟଚିକିତ୍ସାଳୟରେ ଗରିବ ଓ ଅସହାୟ ଲୋକଙ୍କୁ ଖୋଜି ବିନା ସ୍ୱାର୍ଥ ରେ ରକ୍ତ ଦାନ କରୁଛନ୍ତି ।
(କ୍ଲିକ କରି ଦେଖନ୍ତୁ ଭିଡିଓ👆)
ତେବେ ଆଜି ପର୍ଯ୍ୟନ୍ତ ୬୦ ଜଣ ଗରିବ ଲୋକଙ୍କୁ ଏହି ବଜରଙ୍ଗ ଦଳ ରକ୍ତ ଦାନ କରି ସାରିଛନ୍ତି ଓ ଆଗାମୀ ଦିନ ମାନଙ୍କରେ ମଧ୍ୟ ରୋଗୀଙ୍କୁ ରକ୍ତ ଦାନ କରିବା ସହ ନୂଆପଡା ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ନେଇ ବଜରଙ୍ଗ ଦଳ ଲଢେଇ କରିବ ବୋଲି ସଭାପତି ଶ୍ରୀ ରୋହିତ ସାହୁ ସୂଚନା ଦେଇଛନ୍ତି । ରକ୍ତ ଦାନ ଦିବସ ଉପଲକ୍ଷେ ବଜରଙ୍ଗ ଦଳ ତରଫରୁ ଏକ କେକ କଟା ଯାଇଥିଲା ଓ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ରୋଗୀ ମାନଙ୍କୁ ଫଳ ମୂଳ ଓ ମିଷ୍ଟାର୍ଣ୍ଣ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ର ତାରା ସିଂ, ହିତେଶ ସାହୁ, ବିରୁ ମହାନନ୍ଦ, ପିଣ୍ଟୁ ସାହୁ, ରଘୁନାଥ ସାହୁ, ଆକାଶ ପାଢ଼ୀ, ବିଟୁ ପଣ୍ଡା, ରୋହିତ ବାଗ, ଅତିସ ମଲ୍ଲିକ, ସୋନୁ ଠାକୁର, ଅଶୋକ ଦଣ୍ଡସେନା, ରିଙ୍କୁ ଠାକୁର, ଧୀରଜ ଯାଦବ, ସୁରଜ ସାହୁ, ସାଗର ବାରିକ, କିଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇