ଝାରବନ୍ଧ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ-୨୦୨୪ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଝାରବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଶନିବାର ସକାଳ ସମୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ନୃତ୍ୟ, ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା ଏଠାରେ ମୁଖ୍ୟ ଅତିଥି ଭାବରେ ଚିଙ୍ଗୁଡ଼ିସର୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଲୋପାମୁଦ୍ରା ବାଗ ଉପସ୍ଥିତ ହୋଇଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ବିଜୁ ଜନ୍ତା ଦଳର ଯୁବ ସଭାପତି ହିମାଂଶୁ ପୁଝାରୀ, ସରପଞ୍ଚ ପ୍ରତିନିଧି ତଥା ଯୁବ ନେତା ଅରବିନ୍ଦ ବାଗ, ସମାଜସେବୀ ନିହାର ରଞ୍ଜନ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୋହନ ପଟେଲ ଉପସ୍ଥିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଧୂପ ଦେଇ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଜଳି ଅର୍ପଣ କରିଥିଲେ। ଏଠାରେ ସଭାପତି ଭାବରେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ନନ୍ଦ ଏବଂ ସହ ଶିକ୍ଷକ ସୁନିଲ ଚନ୍ଦ୍ର ଯାନୀ ଓ ବସନ୍ତ କୁମାର ନିଆଳ ସମ୍ମିଳନୀକୁ ସଫଳ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.