ମଣ୍ଡଳ ପଞ୍ଚାୟତ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତନା ଶିବିର 

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପଞ୍ଚାୟତ ଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଗ୍ରାମ ପଞ୍ଚାୟତ ସରପଞ୍ଚ ତ୍ରୟମ୍ବକ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ଯାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜୟ ବେହେରା, ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମହେନ୍ଦ୍ର ଯୋଷୀ, ପ୍ରଧାନ ଶିକ୍ଷକ ତ୍ରୁପ୍ତି ରଞ୍ଜନ ରାଉତ, ସଞ୍ଜୀବ ବେହେରା, ଅଜିତ ମୁଣ୍ଡ, ଧନୁ ଝାଙ୍କର, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଯନ୍ତ୍ରୀ ସନ୍ତୋଷ ବେହେରା, ଅଭିନ୍ନ ବେହେରା, ଯୁଗଳ ଭୋଇ, ନାଏବ ସରପଞ୍ଚ କୁମୁଦିନୀ ଶବର, ସି.ଡ଼ି.ପି.ଓ ପ୍ରତିମା ଦାସ ପ୍ରମୁଖ ମଞ୍ଚାସିନ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାର ଜନସାଧାରଣଙ୍କ ପାଇଁ ଯେଉଁ ଲୋକାଭିମୁଖୀ ଯୋଜନା ଗୁଡିକ କରିଛନ୍ତି ସେହି ଯୋଜନା କିପରି ଭାବରେ ଲୋକ ଅବଗତ ହୋଇପାରିବେ ସେଥି ପାଇଁ ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ପଣ୍ଡିଗାଁ ସମିତିସଭ୍ୟା ଟିକେମଣି ହଂସ, ସରପଞ୍ଚ ଚନ୍ଦନ ପଣ୍ଡା, ସୁଶାନ୍ତ ନାଏକ, ବି.ଏସ.ଏସ.ଓ କ୍ଷିତିସୂତା ମେହେର, ଏ.ଇ.ଇ ସୃତି ରଞ୍ଜନ ସେଠୀ, ଲୀଳାବତୀ ରାଉତ, ସୁଶିଲ ଜୈନ, ଘନଶ୍ୟାମ ନାଏକ, ବବ୍ରୁବାହାନ ପୁଝାରୀ, ଜେଇ ପିତାମ୍ବର ହେମ୍ରମ, ବି.ପି.ଏମ ରିଯିଆନୁସ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଜର ନୃତ୍ୟ ପ୍ରଦର୍ଶନ କରିଥିଲେ ତାହା ସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବାଜଶାଳ ଓ ମେଲୋଡି କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଫଳ ଚାଷୀ, ଆଦର୍ଶ ଶିକ୍ଷକ ଓ କଲମପୁର ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Udyog Nursery
Udyogi Nursery

ଶିବିରରେ ଆଇ.ସି.ଡ଼ି.ଏସ ପକ୍ଷରୁ କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାଏକଙ୍କ ତତ୍ତ୍ଵାବଧାନରେ କିଶୋର କିଶୋରୀ ମାନଙ୍କୁ ନେଇ ମିୟୁଜିକ ଚେୟାର , ଶହେ ମିଟର ଦୌଡ, ପୁଚି ଖେଳ ଇତ୍ୟାଦି ପ୍ରତିଯୋଗିତା କରାଯାଇ କୃତି ବାଳକ ବାଳିକା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟ କ୍ରମରେ ବି.ଏଲ.ଏଫ , ଜି.ପି.ଏଲ.ଏଫ୍ , ମିଶନ ଶକ୍ତି ମହିଳା ଗ୍ରୁପ ଉପସ୍ଥିତ ହୋଇ ସହଯୋଗ କରିଥିଲେ। ସମାଜସେବୀ ପ୍ରଦୀପ କୁମାର ବେହେରା ଏବଂ ସାମ୍ବାଦିକ ଚକ୍ରଧର ନାଏକ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ପୂଜାରୀ, ଜି.ଆର.ଏସ ଚୈତନ୍ୟ ପାନ, ଯୋଗାଣ ସହାୟକ ଅନଙ୍ଗ ସେନ ବାଗ, ହରେଶ୍ୱର ଗହିର, ତରୁଣ ବାଗ, ଗଣେଶ ବାଗ ତଥା ପଞ୍ଚାୟତବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.