ସନସାଇନ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ କୁମ୍ଭାରୀ ଠାରେ ଥିବା ସନସାଇନ ଇଂରାଜି ମିଡ଼ିୟମ ସ୍କୁଲ ପରିସରରେ ୮ମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତି ପ୍ରଫୁଲ କୁମାର ରଥ ଓ ଅଧକ୍ଷ ସୁନୀଲ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେଡିକାଲ ର ସର୍ଜରୀ ବିଭାଗ ର ଆସୋସିଏଟ ପ୍ରଫେସର ଡକ୍ଟର ମାନସ ରଞ୍ଜନ ବେହେରା ଯୋଗ ଦେଇଥିଲା ବେଳେ, ସାମ୍ନାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଏ ରାଜ ଗୋପାଳ ରାଓ, ଓ ମୁଖ୍ୟ ବକ୍ତା ଭାବେ ତାରା ତାରିଣୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ରମେଶ ଚନ୍ଦ୍ର ସେନାପତି, ଯୋଗ ଦେଇ ମଞ୍ଚାସିନ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଜଗନ୍ନାଥ ଙ୍କ ପାଖରେ ପୁଷ୍ପ ଅର୍ପଣ କରିଥିଲେ | ଅନୁଷ୍ଠାନ ର ଶିକ୍ଷୟତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ, ଚନ୍ଦନ,ଉପଢୌକନ ଦେଇ ନିମନ୍ତ୍ରିତ କରିଥିଲେ | ଅଧକ୍ଷ ଅନୁଷ୍ଠାନ ର ସମ୍ପାଦକୀୟ ବିବରଣୀ ପଠନ କରି ସ୍କୁଲ ର ଅସୁବିଧା କୁ କିପରି ଆସ୍ତେ ଆସ୍ତେ ପ୍ରତିହତ କରାଯାଇ ସବୁ ପିଲାଙ୍କୁ ସୁବିଧା ସହଯୋଗ ଦିଆ ଯାଇ ପାରିବ ତାଉପରେ ଉପସ୍ଥିତ ଅଭିଭାବକଙ୍କୁ ଜଣାଇଥିଲେ | ମୁଖ୍ୟ ବକ୍ତା ତାଙ୍କ ଭାଷଣରେ ଖାଲି ଭଲ ନଂ ରଖିଦେଲେ ଜଣେ ଛାତ୍ର, ଛାତ୍ରୀ ଭଲ ମଣିଷ ହୋଇ ପାରିବେ ନାହିଁ, ତାଙ୍କୁ ତାଙ୍କର ଶିଷ୍ଟାଚାର ଓ ଉତ୍ତମ ବୁଦ୍ଧି, ସଂସ୍କାର, ବାହ୍ୟ ଜ୍ଞାନ ଆହାରଣ କରିଲେ ହିଁ ସେ ଜଣେ ଭଲ ମଣିଷ ହୋଇ ପାରିବ କହିଥିଲେ |

Udyog Nursery
Udyogi Nursery

ସେହିପରି ମୁଖ୍ୟ ଅତିଥି ଡକ୍ଟର ମାନସ ରଞ୍ଜନ ଯେ କୌଣସି ମିଡ଼ିଏମ ସ୍କୁଲ ହେଉ ନିଜର ଇଚ୍ଛାଶକ୍ତି, ଓ ଆଗ୍ରହ ଥିଲେସେ ପିଲାମାନେ ନିଶ୍ଚିତ ଭାବେ ଭଲ ମଣିଷ ହୋଇ ପାରିବେ ବୋଲି ମତ ଦେଇଥିଲେ | ଏବଂ ଏହି ସ୍କୁଲ ର ସଭାପତି ଓ ଅଧକ୍ଷ ଙ୍କ ମିଷ୍ଟ ବ୍ୟବହାର ଯୋଗୁଁ ଏହି ଅନୁଷ୍ଠାନ ନିଶ୍ଚିତ ଭଲ ହୋଇ ପାରିବ କହିଥିଲେ |ସମ୍ମାନିତ ଅତିଥି ଙ୍କ ମତ ଥିଲା କି ସବୁ ଛାତ୍ର, ଛାତ୍ରୀ ମାନେନିଜର ପିତା,ମାତା ଙ୍କ ସେବା କରିବାକୁ କହି ଥିଲେ | ଏବଂ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ବିଭିର୍ଣ୍ଣ ପ୍ରତିଯୋଗିତା ରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର, ସିଲ ବିତରଣ କରିଥିଲେ | ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ଅନୁଷ୍ଠାନକୁ ଦେଇଥିବା କିଛି ଅର୍ଥ ରାଶିକୁ ସେହି ସ୍କୁଲ ର ପ୍ରଥମ ହୋଇ ଥିବା ଛାତ୍ରୀ ଅଙ୍କିତା ଦୋରା ଙ୍କୁ କିଛି ଆର୍ଥିକ ରାଶି ନିଜ ହାତରେ ଅତିଥି ଙ୍କ ଦ୍ୱାରା ପ୍ରଦାନ କରିଥିଲେ | ଏବଂ ଏହି ବ୍ଲକ ଅରଖ ପୁର ଗ୍ରାମର ଜଣେ ସମାଜ ସେବୀ ତଥା ମୁମ୍ବାଇ ଉତ୍କଳ ସମିତି ର ଉପ ସଭାପତି ସୂର୍ଯ୍ୟ ନାରାୟଣ ଗୌଡ଼ ଏହି ଅନୁଷ୍ଠାନ ର ଛାତ୍ରୀ ଅଙ୍କିତା ବେହେରାଙ୍କ ପ୍ରଥମ ସ୍ଥାନ ପାଇଁ ତାଙ୍କୁ ମଧ୍ୟ କିଛି ଆର୍ଥିକ ରାଶି ପ୍ରଦାନ କରିଥିଲେ | ଓ ଆଗାମୀ ବର୍ଷରେ କୌଣସି ହିନ୍ଦୀ ତାରକା ଙ୍କୁ ଡ଼ାକି ପିଲାମାନଙ୍କ ସହ ମିଶାଇବାକୁ କହିଥିଲେ |

ଶେଷରେ ସଭାପତି ପ୍ରଫୁଲ କୁମାର ରଥ ଆଜିର ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ଛାତ୍ର, ଛାତ୍ରୀ, ଅଭିଭାବକ ଙ୍କ ଉପସ୍ଥିତି ଆଜି ତାଙ୍କୁ ବହୁତ ଗର୍ବିତ କରିଛି | ସମସ୍ତ ପିଲାମାନେ ଭଲ ପାଠ ପଢି ବାପା, ମାଆ ଓ ଦେଶ ଜାତିର ନାଁ ରଖନ୍ତୁ | ଏବଂ ନିର୍ଭିକ, ନିସ୍ଵାର୍ଥ ପର, ସତ୍ୟନିଷ୍ଟ ହେବାକୁ ପରାମର୍ଶ ଦେଇଥିଲେ | ଶେଷରେ ଛୋଟ, ଛୋଟ, କୁନୀ ଛାତ୍ର ଛାତ୍ରୀ ଏବଂ ଅନ୍ୟାନ୍ୟ ବର୍ଗ, ବୟସ ର ଛାତ୍ର, ଛାତ୍ରୀ ଙ୍କ ନୃତ୍ୟ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ବିଭୋର ହୋଇ ଯାଇଥିଲେ | ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନେକ ଯୁବ ସମାଜ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.