କୃମିନାଶକ ଔଷଧ ସେବନ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ କାର୍ମଶାଳା

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୋଡାଲ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମାହାନ୍ତିଙ୍କ ଅଧ୍ୟକ୍ଷତାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଜାତୀୟ କୃମି ନାଶକ ଦିବସରେ କୃମିନାଶକ ଔଷଧ ଖୁଆଇବା ପାଇଁ ଗୁରୁବାର ଦିନ ଏକ କାର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ଯୋଗଦେଇ ଜାତୀୟ କୃମି ନାଶକ ଦିବସର ମୁଖ୍ୟ ଉଦ୍ଦେଶ୍ୟ ତଥା ସାମୁହିକ କୃମି ନାଶକ ଔଷଧ ସେବନ ଉପରେ ଆଲୋକପାତ କରିଥିଲେ I ଚଳିତ ମାସ ୧୦ ତାରିଖ ଓ ୧୭ ତାରିଖ ଦିନ ୧ ବର୍ଷ ରୁ ୧୯ ବର୍ଷ ପିଲାମାନଙ୍କୁ ଅଙ୍ଗନୱାଡ଼ି ଓ ବିଦ୍ୟାଳୟରେ ମାଗଣାରେ କୁର୍ମୀ ନାଶକ ଔଷଧ ଦିଆଯିବା ସହ ଅଣପଞ୍ଜିକୃତ ୨୦ ରୁ ୨୪ ବର୍ଷ ଏବଂ ପ୍ରଜନନକ୍ଷମ ମହିଳା ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କରେ ଔଷଧ ପାଇପାରିବେ। ଚଳିତ ବର୍ଷ କଲମପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରୁ ୧୯,୨୨୩ ଜଣଙ୍କୁ କର୍ମୀ ଔଷଧ ସେବନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ଏ.ଏନ୍.ଏମ୍ କେନ୍ଦ୍ର,ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କୁର୍ମି ଔଷଧ ଉପଲବ୍ଧ ରହିବ। ଉକ୍ତ ଶିବିରରେ କ୍ଷେତ୍ର ପରିଦର୍ଶକ ଧ୍ରୁବ ଚରଣ ଦାସ, ଭବାନୀ ଶଙ୍କର ସୁନାନୀ, ଶଶାଙ୍କ ଶେଖର ପାଢ଼ୀ, ବସନ୍ତ ନିଆଲ୍ ସମେତ ସମସ୍ତ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.