ସଇଁତଲା ଠାରେ ଶ୍ରୀମଦ ଭାଗବତ କଥାମୃତ ଉପଲକ୍ଷେ କଳସ ଶୋଭାଯାତ୍ରା  

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରାମ ମନ୍ଦିର ପରିସରରେ ଗୋବିନ୍ଦ ନାରାୟଣୀ ପରିବାର ତରଫରୁ ବୃନ୍ଦାବନ ରୁ ଆସିଥିବା ମହାରାଜ ଶ୍ରୀଶ୍ରୀ ଚିନ୍ମୟ ଦାସ ଜୀ ଯୋଗଦାନ କରି ଶ୍ରୀମଦ ଭାଗବତ କଥା ଉପରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି | ଏହି ଭାଗବତ କଥା ଆଜି ଠାରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଆଜି ସକାଳୁ ସଇଁତଲା ସ୍ଥିତ ରାମ ମନ୍ଦିର ପରିସରରୁ ଘଣ୍ଟାବାଦ୍ୟ ଓ ସଂକୀର୍ତନରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଲାନ୍ଥନଦୀକୁ ଯାଇ ସେଠାରେ ପୂଜାର୍ଚନା କରିବା ପାରେ କଳସ ରେ ପବିତ୍ର ଜଳ ଆଣି ମନ୍ଦିରରେ ସ୍ଥାପନ କରିଥିଲେ | ଉକ୍ତ ଭାଗବତରେ କର୍ତ୍ତା ଭାବରେ ଗଜାନନ୍ଦ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ମିନାଦେବୀ ଅଗ୍ରୱାଲ ପୂଜା ଦାୟିତ୍ୱ ତୁଲାଇଥିଲେ |ପ୍ରବଚନ କାର୍ଯ୍ୟକ୍ରମ ଟି ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ କରିବା ପାଇଁ ସ୍ଥିର କରାଯାଇଛି |ଏହି କାର୍ଯ୍ୟକ୍ରମରେ ଗୋୟଲ ପରିବାରରୁ ଅର୍ଜୁନଲାଲ ଅଗ୍ରୱାଲ, ଭୀମସେନ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ବଜରଙ୍ଗଳାଲ ଅଗ୍ରୱାଲ, କପିଳ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଦ୍ୱାରିକା ପ୍ରସାଦ ଅଗ୍ରୱାଲ, ସୀତାରାମ ଅଗ୍ରୱାଲ, ତୁଳସୀରାମ ଅଗ୍ରୱାଲ, ଗଜାନନ ଅଗ୍ରୱାଲ,ରାଜକୁମାର ଅଗ୍ରୱାଲ,ବାବୁଲାଲ ଅଗ୍ରୱାଲ, ହଁସରାଜ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ପବନ ଅଗ୍ରୱାଲ ଓ ବାଦଲ ଅଗ୍ରୱାଲ  ସମେତ ଗୋୟଲ ପରିବାର ର ସମସ୍ତ ସକ୍ରିୟ ସଦସ୍ୟ ଓ ସଦସ୍ୟା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବା ଶହ ସଇଁତଲା ବାସି ମଧ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.