ସଇଁତଲା ବ୍ଲକରେ ପଞ୍ଚାୟତରାଜ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୮ ତମ ଜନ୍ମ ଦିବସକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଇଛି l ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଉକ୍ତ ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତର ପୂର୍ଣ୍ଣ ଭୂମିକା ରହିଥିଲା l ଏପରିକି ରାଜନୈତିକ ଜୀବନରେ ଅନେକ ଘାତ ପ୍ରତିଘାତ ଆସିଥିଲେ ମଧ୍ୟ ସେ ସବୁବେଳେ ଓଡିଶା ବିକାଶ ଚିନ୍ତା କରୁଥୁଲେ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମୟରେ ସରପଞ୍ଚ ନରେନ୍ଦ୍ର କଲେଜ, ସମିତି ସଭ୍ୟ ନବୀନ ରଣା, ରାକେଶ ତ୍ରିପାଠୀ, ଜିପିଇଇ ସୁଷମା ମାଝୀ, ସିଓ ସୁଦର୍ଶନ ନନ୍ଦ, ତରୁଣକାନ୍ତ ଧରୁଆ, ବିଷ୍ନୁପ୍ରିୟା ମାଝୀ, ବନଜା ବାସିନୀ ଦାସ, ଭାନୁ ପ୍ରତାପ ଭୋଇ,ଇତିଶ୍ରୀ ଦେହୁରୀ, ସଂଗ୍ରାମ ମିଶ୍ର ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.