ତାରାତାରିଣୀ ମହାବିଦ୍ୟାଳୟରେ ନୂଆ-ଓ ମେଧାବୃତ୍ତି ବିତରଣ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରାତାରିଣୀ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ-ଓ ମେଧାବୃତ୍ତି ଅନୁଦାନ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସିମାଞ୍ଚଳ ପଟ୍ଟନାୟକ ସଂଯୋଜନା କରିଥିଲା ବେଳେ, ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର,ଯୋଗ ଦେଇ ରାଜ୍ୟ ସରକାରଙ୍କ ନୂଆ-ଓ ମେଧାବୃତ୍ତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ କିପରି ସହାୟକ ହୋଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ସରକାରଙ୍କ ଉକ୍ତ ଯୋଜନାକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଅଭିନବ ଓ ସ୍ୱାଗତଯୋଗ୍ୟ ପ୍ରୟାସ ବୋଲି ମତ ରଖି ଥିଲେ । ଏତଦ ବ୍ୟତୀତ ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ତଥା ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ଅମ୍ରିତା ପ୍ରିତମ ନାୟକ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ସମ୍ପର୍କରେ ନିଜର ବକ୍ତବ୍ୟରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ଶ୍ରୀ ସମୀର କୁମାର ମିଶ୍ର, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ପ୍ରାଣୀ ବିଭାଗର ମୁଖ୍ୟ ଡ଼. ପ୍ରଦୀପ କୁମାର ସାହୁ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼.ରମେଶ ଚନ୍ଦ୍ର ସେନାପତି, ଅଧ୍ୟାପକ ଡ଼.ପ୍ରଶାନ୍ତ କୁମାର ପଟ୍ଟନାୟକ,ପଦାର୍ଥ ବିଜ୍ଞାନ ବିଭାଗ ର ଡେମନ ଷ୍ଟେଟର ଶ୍ରୀ ରାମ ନାଥ ପାତ୍ରଙ୍କ ସହିତ ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏହି କାର୍ଯ୍ୟକ୍ରମ କୁ ସଫଳତା ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ, ପରିଶେଷରେ ଛାତ୍ର ଓ ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଅନୁଦାନ ପତ୍ର ବଣ୍ଟନ କରାଯାଇଥିଲା | ଯାହା ଫଳରେ ଛାତ୍ର,, ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା | ପରିଶେଷରେ କଲେଜର ଆଧ୍ୟାପକ ମନୋଜ କୁମାର ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.