ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କଲେ ଗ୍ରାମବାସୀ; ମାନବିକତା ଦେଖାଇଲେ ପିଇଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଗାଁରେ ଜଣେ ଅସହାୟ ବ୍ୟକ୍ତିଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ଲଖନା ଗାଁର ମୋହନ ଗଉଡ (୫୮)। ସେ ଜଣେ ଅବିବାହିତ ଥିଲେ। ସେ ବୃଦ୍ଧ ଅବସ୍ଥାକୁ ଆସିଥିବାରୁ କାମଧନ୍ଦା କିଛି କରି ନ ପାରି ବାରଦୁଆର ବୁଲୁଥିଲେ। ତାଙ୍କର କୌଣସି ସମ୍ପର୍କୀୟ ନ ଥିବାରୁ ବହୁତ ଅସୁବିଧାରେ ଦିନ କାଟୁଥିଲେ। ତାଙ୍କ ଅବସ୍ଥା ଦେଖ୍ ଲଖନା ପଞ୍ଚାୟତ ନିର୍ବାହୀ ଅଧିକାରୀ ବରୁଣ ଦାସ ତାଙ୍କୁ ଆଣି ପଞ୍ଚାୟତ ଭିତରେ ଏକ କୋଠରି ଦେଇ ରହିବାକୁ ଓ ତାଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ଦୀର୍ଘ ବର୍ଷ ରହିବା ପରେ ରବିବାର ପୂର୍ବାହ୍ନ ୧୦ଟାରେ ମୋହନଙ୍କ ଅକାଳ ମୃତ୍ୟୁ ହୋଇଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ବରୁଣ ଦାସ ଖବର ପାଇ ତୁରନ୍ତ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦେଇ ଶବ ସତ୍କାର କରିବା ପାଇଁ ଗ୍ରାମ ଲୋକଙ୍କ ସହ ସହଯୋଗ କରିଥିଲେ। ବୃଦ୍ଧଙ୍କୁ ତାଙ୍କ ନିଜ ବଂଶଧର ଜମିରେ ସତ୍କାର କରାଯାଇଥିଲା। ସରପଞ୍ଚ ଜିତେନ୍ଦ୍ର ଠାକୁର ଅନୁପସ୍ଥିତ ଥିବାରୁ ଫୋନ ଯୋଗେ ପ୍ରାୟଚିତ ପାଇଁ ୫୦ କିଲୋଗ୍ରାମ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦେବି ବୋଲି କହିଥିଲେ। ସତ୍କାର ସମୟରେ ବୃଦ୍ଧଙ୍କ ପୁତରା ରଞ୍ଜିତ ରାଉତ, ସଞ୍ଜୁ ରାଉତ, ରବି ରାଉତ, ଉଦ୍ଧବ ରାଉତଙ୍କ ସମେତ ନାଏବ ସରପଞ୍ଚ କଳାକୃଷ୍ଣ ସୁନାନୀ, ୱାର୍ଡ ସଭ୍ୟ ସବିର ହୁସେନ, ସାମ୍ବାଦିକ ପୁରୋହିତ ସୁନାନୀ, ବିଜୁ ବାରିକ, କେତନ ଦାସ, ଦେବେନ୍ଦ୍ର ବାଗ, ହେମ ଚନ୍ଦ୍ର ବରିହା, ରଞ୍ଜିତ ବରିହା ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ତେବେ ଏଭଳି କାର୍ଯ୍ୟ ପାଇଁ ପିଇଓ ବରୁଣ ଦାସଙ୍କୁ ଗ୍ରାମବାସୀ ଭୂୟଶୀ ପ୍ରଶଂସା କରୁଛନ୍ତି। ଆଜି ଭଳି ସମୟରେ ଏଭଳି ମାନବିକତା ଥିବା ସରକାରୀ କର୍ମୀଚାରୀ କମ ଅଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.