ରୁପ୍ରାରୋଡରେ ଦୋଳ ଓ ହୋଲି ଉତ୍ସବ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଉଠିଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣଙ୍କୁ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଠାକୁରଙ୍କୁ ଘରେ ଘରେ ବନ୍ଦାପନା କରିବା ସହ ସମସ୍ତେ ଅବିର ଲଗାଇଥିଲେ। ରଙ୍ଗ ଅବିରରେ ରଙ୍ଗାୟିତ ହୋଇ ଉଠିଥିଲା ରୁପ୍ରାରୋଡ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ରାଧାକୃଷ୍ଣଙ୍କ ବିମାନ ନଗର ପରିକ୍ରମା କରିଥିଲା। ଏଥିରେ ସୁଧିର ଅଗ୍ରୱାଲ, ସୁଦିପ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ରାଧେ ଖେତାନ, ରାଜକୁମାର ଅଗ୍ରୱାଲ, ସୁବାଷ ଚନ୍ଦ୍ର ଅଗ୍ରୱାଲ, ଶ୍ୟାମସୁନ୍ଦର ଶର୍ମା, ପ୍ରଶାନ୍ତ ବେହେରା, ବିଜୟ ଅଗ୍ରୱାଲଙ୍କ ସମେତ ରୁପ୍ରାରୋଡବାସୀ ସାମିଲ ହୋଇଥିଲେ। ଜଗନ୍ନାଥ ମନ୍ଦିରର ପୂଜାରୀ ପ୍ରତାପ ପଣ୍ଡା ଠାକୁରଙ୍କ ନିତି କାନ୍ତି ସମ୍ପାଦନ କରିଥିଲେ। ସୋମବାର ରୁପ୍ରାରୋଡ ବସ୍ତିବାସୀ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ହୋଲି ଖେଳିଥିଲେ।