ଟ୍ରେନ ଧକ୍କାରେ ସିକେରକୁପା ଗାଁର ଯୁବକଙ୍କ ଗୋଡ଼ କଟିଲା : ଗୁରୁତର ଭାବେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କଲା ରେଳ ସୁରକ୍ଷା ବଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଅପରାହ୍ନରେ କୌଣସି କାମରେ ଟିଟିଲାଗଡ଼ କିମ୍ବା ବଲାଙ୍ଗୀର ଯାଇଥିବାବେଳେ ଦେଓଗାଁ ଷ୍ଟେସନରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସିକେରକୁପା ଗାଁର ଯୁବକ ମୋହନ ଦୁର୍ଗା(୨୫)। ରେଳ ସୁରକ୍ଷା ବଳର କର୍ମଚାରୀମାନେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବଲାଙ୍ଗୀର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି। ଟ୍ରେନ ଧକ୍କାରେ ମୋହନଙ୍କ ବାମଗୋଡ଼ ଆଣ୍ଠୁରୁ ତଳକୁ ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଡାହାଣ ଗୋଡ଼ ଗୋଇଠି ପାଖରୁ କଟିଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ତେବେ ପାଖରେ କେହି ନିଜର ଲୋକ ନଥିବାରୁ ସେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପ୍ରଥମ ପତ୍ନୀଙ୍କ ପରେ ଦ୍ଵିତୀୟ ସ୍ତ୍ରୀ ବି ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି। ଦ୍ଵିତୀୟ ସ୍ତ୍ରୀକୁ ଖୋଜିବାକୁ ଯାଇଥିବାବେଳେ ମୋହନ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ଅପରପକ୍ଷରେ ମୋହନଙ୍କ ଘରେ ତାଙ୍କ ବିଧବା ମାଆଙ୍କ ସହିତ ପ୍ରଥମ ସ୍ତ୍ରୀର ଏକ ଦୁଇ ବର୍ଷର ଶିଶୁ ରହିଛି। ସ୍ୱାମୀ ମୃତ୍ୟୁରେ ମ୍ରିୟମାଣ ମୋହନଙ୍କ ବିଧବା ମାଆ ଗୋଟିଏ ବୋଲି ପୁଅର ଦୁର୍ଘଟଣା ଖବର ଶୁଣି ସତେ ଯେମିତି ହତବାକ ହୋଇ ଯାଇଛନ୍ତି। ଏବେ ପୁଅକୁ ବୁର୍ଲା ନେବ କିଏ ଓ ସେଠାରେ ପୁଅର ଚିକିତ୍ସା ହେବ ସେନେଇ ସନ୍ଦିହାନ ହୋଇ ପଡିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.