ପଞ୍ଚାୟତକୁ କ୍ରୀଡ଼ା ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ: ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଗ୍ରାମାଞ୍ଚଳରେ କ୍ରୀଡାର ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକମାନଙ୍କୁ କ୍ରୀଡ଼ା ସହ ଓତଃପ୍ରୋତ ଭାବେ ଜଡ଼ିତ କରିବା ପାଇଁ ତୃଣମୂଳ ସ୍ତରରୁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ଗ୍ରାମ ପଞ୍ଚାୟତ ମାନଙ୍କୁ କ୍ରିଡ଼ା ସାମଗ୍ରୀ ଯୋଗାଣ ହୋଉଛି। ତେବେ କେସିଙ୍ଗା ବ୍ଲକର ପଞ୍ଚାୟତ ଗୁଡିକରେ ହୋଇଥିବା କ୍ରିଡ଼ା ସାମଗ୍ରୀ ଯୋଗାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି। ସୂଚନା ଅନୁସାରେ ପଞ୍ଚାୟତକୁ ଅଢେଇ ଲକ୍ଷ ଟଙ୍କା ହିସାବରେ କେସିଙ୍ଗା ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତକୁ ମୋଟ ୬୫ ଲକ୍ଷ ଟଙ୍କାର ସାମଗ୍ରୀ ଆସିଛି। ଏହି ସାମଗ୍ରୀ ସବୁ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବ୍ଲକରୁ ଏହି ଟେଣ୍ଡର ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି। ଏପଟେ ଏହା ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ମିଲିଭଗତରେ ହୋଇ ବ୍ୟାପକ ଅନିୟମିତତା ସହ ନିୟମର ଖୋଲା ଉଲଂଘନ ହୋଇଥିବା ଚର୍ଚ୍ଚା ହେଉଛି। ଟେଣ୍ଡର ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବ୍ଲକରେ ନିୟମିତ ଭାବେ ବୈଠକ ହେଉନଥିବା ବେଳେ ସରପଞ୍ଚ ମାନଙ୍କୁ ମଧ୍ୟ କୈାଣସି ସୂଚନା ନଦେଇ ବ୍ଲକ ଅଧ୍ୟକ୍ଷ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ମର୍ଜିରେ ସବୁ କାମ କରିଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏହାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.