ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେପାଳୀ କବି କେମଲାଲ ପୋଖରାଲ ଡ.ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତାକୁ ନେପାଳୀ ଭାଷରେ ଅନୁଦିତ କରିଛନ୍ତି। ଏହି କବିତାକୁ ଇଂରାଜୀ ଭାଷାରେ ଡ଼. ତପନ କୁମାର ରଥ ଅନୁଦିତ କରିଥିଲେ। କେମଲାଲ ପୋଖରାଲ ନେପାଳ ଦେଶର ଜଣେ ସୁନାମଧନ୍ୟ କବି। ସେ ୱାର୍ଲଡ ନେସନ୍ସ ରାଇଟର ୟୁନିଅନର ସଦସ୍ୟ ଏବଂ ଅନେକ ସଂଗଠନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଗୁଡିକ ଇଂରାଜୀ, ବଙ୍ଗଳା, ଇଟାଲୀ, ବେଳାରୁଷ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ସ୍ବେଡ଼ିସ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ, ଇଣ୍ଡୋନେସିଆ ଭଳି ୨୦ ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ଏହା ବ୍ୟତୀତ ଡ଼. ନିଆଲଙ୍କ ପନୋରମା ଇଣ୍ଟରନେସନାଲ ଫେଷ୍ଟିଭାଲ ୨୦୨୪ ଭାରତର ଆୟୋଜିତ କମିଟିର ଅଧ୍ୟକ୍ଷ ମଧ୍ୟ ଅଟନ୍ତି। କବି ନିଆଲଙ୍କ ସଫଳତା ପାଇଁ ଅନେକ ମହଲରେ ଖୁସିର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.