ସମ୍ମୁଖକୁ ଆସିଲା ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହେବାର ପ୍ରକୃତ କାରଣ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହୋଇଛନ୍ତି  । ପୂର୍ବରୁ ଏହି ଦୌଡରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗରେ ଥିଲେ । ତେବେ ହାର୍ଦ୍ଦିକଙ୍କୁ କାହିଁକି ଅଧିନାୟକ ପଦ ପ୍ରଦାନ କରାଗଲା ନାହିଁ ତାହାର କାରଣ ଏବେ ସମ୍ମୁଖକୁ ଆସିଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ସାଥୀ ଖେଳାଳିମାନେ ହାର୍ଦ୍ଦିକଙ୍କ ଅପେକ୍ଷା ସୂର୍ଯ୍ୟକୁମାରଙ୍କୁ ପସନ୍ଦ କରିଥିଲେ । ସେମାନେ ସ୍ପଷ୍ଟ ଭାବେ କହିଥିଲେ ଯେ, ହାର୍ଦ୍ଦିକଙ୍କ ନିକଟରେ ଆମେ ସମ୍ପୂର୍ଣ୍ଣ ଭାବେ ସହଜ ହୋଇପାରୁ ନାହିଁ । ଅପରପକ୍ଷରେ ସୂର୍ଯ୍ୟକୁମାର ନିକଟରେ ସେମାନେ ସବୁ କିଛି କହିପାରୁଥିଲେ । ରୋହିତ ଶର୍ମାଙ୍କ ପରି ସେ ମଧ୍ୟ ଖେଳାଳିମାନଙ୍କ ସହିତ ଭଲ ଭାବେ ମିଶି ପାରନ୍ତି ।

Omkar Vasthu
Omkar Vasthu

ଫଳରେ ସାଥୀ ଖେଳାଳିମାନେ ତାଙ୍କ କ୍ଷମତା ଏବଂ ଅକ୍ଷମତା ସୂର୍ଯ୍ୟକୁମାରଙ୍କ ନିକଟରେ କହିବାରେ ଶଙ୍କୋଚ ଅନୂଭବ କରି ନ ଥାନ୍ତି । ସେ ମଧ୍ୟ ସମସ୍ତ ବ୍ୟକ୍ତିଗତ ଆଲୋଚନା ନିଜ ମଧ୍ୟରେ ସୀମିତ ରଖିଥାନ୍ତି । ଅନ୍ୟ ଏକ କାରଣ ହେଲା ହାର୍ଦ୍ଦିକ ବାରମ୍ବାର ଆଘାତ ସମସ୍ୟାରେ ପଡିଥିବାର ବିସିସିଆଇ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଭରୋଷା କରିପାରି ନ ଥିଲା । ୨୦୨୨ ପରଠାରୁ ସେ ୭୯ରୁ ମାତ୍ର ୪୬ଟି ଆନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି । ଗତ ବର୍ଷ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ୧-୧ରେ ଡ୍ର ରଖିବାରେ ସଫଳ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.