ବେହେରା କଲେଜରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶ ଅନୁସାରେ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।

ଯୁବ ରେଡକ୍ରସ୍ ଶାଖା ତରଫରୁ ପରାମର୍ଶ ଦାତା ମୋହନ ଚରଣ ବିଷିଙ୍କ ତତ୍ତ୍ଵାବଧାନରେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀମାନେ ବିଦ୍ୟାଳୟ ମୂଖ୍ୟ ଫାଟକ ପାଖରେ ଝୋଟି ଓ କଳସ ସ୍ଥାପନ କରି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଚନ୍ଦନ ପୁଷ୍ପ ପ୍ରଦାନ ପୂର୍ବକ ମୂଖ୍ୟ ଫାଟକରୁ ଶ୍ରେଣୀ ପ୍ରକୋଷ୍ଠକୁ ପାଛୋଟି ନେଇଥିଲେ। ପରେ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ଅର୍ଥନୀତି ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ଇଂରାଜୀ ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ, ଇତିହାସ ଅଧ୍ୟାପକ ନିକୁଞ୍ଜ ବିହାରୀ ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଷି, ଗ୍ରନ୍ଥାଗାର ଫକୀର ନାରାୟଣ ଚଣ୍ଡି ମଞ୍ଚାସୀନ ରହି ନିର୍ଭୟ ଭାବରେ ନିୟମିତ ରହି କଠୋର ପରିଶ୍ରମ କରିବା ପାଇଁ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭାକୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିବାବେଳେ ଛାତ୍ରଛାତ୍ରୀମାନେ ଇଚ୍ଛାକୃତ ଭାବରେ ଆସି ନିଜ ନିଜ ପରିଚୟ ପ୍ରଦାନ କରିବା ସହ ପ୍ରଥମ ଦିନର ଅନୁଭୂତିକୁ ବ୍ୟକ୍ତ କରିଥିଲେ।

ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି ଯୁବ ରେଡକ୍ରସର ଆଭିମୁଖ୍ୟ ଓ ସଂସ୍ଥାର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ଏହି ସଭାରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବାବେଳେ ଆଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳ ଓ ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁରୂପେ ସଂପନ୍ନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.