ନର୍ଲା ପୋଷାକ ତଦାରଖ ଟିମର ଏସଏଚଜି ସିଲାଇ କେନ୍ଦ୍ର ପର୍ଯ୍ୟବେକ୍ଷଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସିଗଲା ପୋଷାକ ବଣ୍ଟନର ଋତୁ। ଦୁଇ ହଳ ଲେଖାଏଁ ସ୍କୁଲ ୟୁନିଫର୍ମ ସାଙ୍ଗକୁ ଜୋତା ମୋଜା ମାଗଣାରେ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଗତ ୧୦ ବର୍ଷ ହୋଇଗଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣାରେ ପୋଷାକ ପ୍ରଦାନ କରି ଆସୁଛନ୍ତି। ଗତ ବର୍ଷ ପ୍ରଥମ କରି ହାଇସ୍କୁଲ (୯ମ ଓ ୧୦ମ) ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦୁଇହଳ ପୋଷାକ ପ୍ରଦାନ କଲେ ରାଜ୍ୟ ସରକାର। ବହୁ ବର୍ଷ ହୋଇ ଗଲାଣି ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରି ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ର ଛାତ୍ରୀ ସରକାର ମାଗଣା ସ୍କୁଲ ୟୁନିଫର୍ମ ପ୍ରଦାନ କରିବେ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ବିଗତ ବର୍ଷ ମାନଙ୍କରେ ଅଞ୍ଚଳର କପଡା ବ୍ୟବସାୟୀ ମାନେ ୟୁନିଫର୍ମ ଯୋଗାଇଥିଲେ। ହେଲେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପୋଷକ ଯୋଗାଇବେ ବୋଲି ସରକାର ଦାୟୀତ୍ବ ଦେଇଥିଲେ। ହେଲେ ଏ ଦିଗରେ ଅଭିଜ୍ଞତା ନଥିବାରୁ ସଫଳ ହୋପାରିନଥିଲେ ସ୍ବୟଂ ସହାୟକ ଗୋଷ୍ଠୀ ମାନେ। ଚଳିତ ବର୍ଷ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ମାନଂକୁ ଅଗ୍ରାଧିକାର ଦେବେ ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ଅଞ୍ଚଳର ୧୦ ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀ ଓ ୧୧ ଗୋଟି ପୋଷାକ ସିଲେଇ କେନ୍ଦ୍ର ଫର୍ମ ଆବେଦନ କରିଥିବା ସୂଚନା ମିଳିଛି। ୧୧ ଗୋଟି ସିଲେଇ ୟୁନିଟ ମଧ୍ୟରୁ ୩ ଗୋଟି ୟୁନିଟ ବାହ୍ୟ ବ୍ଲକର ହୋଇଥିବା ବେଳେ ୭ ଗୋଟି ୟୁନିଟ ସ୍ଥାନୀୟ ବ୍ଲକର ଅଟନ୍ତି। ସ୍ଥାନୀୟ ବ୍ଲକ ୟୁନିଟକୁ ସରକାର ଏକ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ଜଣାପଡ଼ିଛି। ଏ କ୍ଷେତ୍ରରେ ଅଭିଜ୍ଞତା ନଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଛାତ୍ର ଛାତ୍ରୀଙ୍କୁ ପୋଷାକ ଯୋଗାଇବା ପାଇଁ ଆବେଦନ କରିଥିବାରୁ ଉକ୍ତ ଗୋଷ୍ଠୀ ଗୁଡ଼ିକର ସିଲେଇ କେନ୍ଦ୍ର ଗୁଡ଼ିକ ବୁଲି ବୁଲି ସର୍ବେକ୍ଷଣ କରୁଛନ୍ତି ୬ ଜଣିଆ ପର୍ଯ୍ୟବେକ୍ଷକ୍ ଟିମ। ଏହି ଟିମରେ ବିଡିଓ ରିପୁନାଥ ସୁନା ଅଧ୍ୟକ୍ଷ ରହିଥିବା ବେଳେ କନଭେନର ଭାବରେ ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସିଡ଼ିପିଓ ବିନୋଦିନୀ ପଣ୍ଡା, ମିଶନ ଶକ୍ତି ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳ, ବ୍ଲକ ଫେଡରେସନ ଲିଡର ପ୍ରମୁଖ ମଙ୍ଗଳବାର ଦିନ ଠାରୁ ସ୍କୁଲ ପୋଷାକ ଯୋଗାଇବା ପାଇଁ ଆବେଦନ କରିଥିବା ସିଲେଇ ୟୁନିଟ ସବୁକୁ ଯାଇ ସେମାନଙ୍କ ୟୁନିଟ ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରୁଥିବା ଜଣାପଡିଛି।

Omkar Vasthu
Omkar Vasthu

ମଙ୍ଗଳବାର ଦିନ ସର୍ଗିଗୁଡାର ନାରୀଶକ୍ତି, ଶେରଗଡ଼ର ଶିବଶକ୍ତି ଓ ତୁଳାପଡ଼ାର ମା ମଙ୍ଗଳା ଗ୍ରୁପ୍ ଚାଲିଥିବା ସିଲେଇ ସେଣ୍ଟର ଗୁଡ଼ିକ ପର୍ଯ୍ୟବେକ୍ଷଣ କରିଥିବା ଜଣାପଡ଼ିଛି। ନର୍ଲା ବ୍ଲକ ଅଧିନରେ ରହିଥିବା ୧୩,୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଯୋଗାଇବା ପାଇଁ ଯୋଗ୍ୟ ୟୁନିଟକୁ ଚୟନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ ଟିମ। ଏହାପରେ ସେହି ୟୁନିଟ ଗୁଡ଼ିକୁ ପୋଷାକ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣା ପଡିଛି। ହେଲେ ପୋଷାକ ପ୍ରଦାନ ନିମନ୍ତେ ଆବେଦନ କରିଥିବା ଅନେକ ଗୃପ ରହିଛନ୍ତି ଯେଉଁମାନଙ୍କ ପାଖରେ ନା ଅଛି ସିଲେଇ ମେସିନ ନା ରହିଛି ପୋଷାକ ସିଲେଇବାର ଦକ୍ଷତା। କେବଳ ପର୍ଯ୍ୟବେକ୍ଷକ ଟିମକୁ ଆକର୍ଷିତ କରି ଅର୍ଡର ହାତେଇବା ନିମନ୍ତେ କିଛି ସିଲେଇ ମେସିନ ଆଣି ୟୁନିଟ ଚାଲୁଥିବା ଦର୍ଶାଉଛନ୍ତି। ଯୋଗ୍ୟ ୟୁନିଟ ଚୟନ ଉପରେ ପ୍ରଶ୍ନର ଉତ୍ତର ରଖି ପ୍ରୋଗ୍ରାମ କନଭେନର ତଥା ନର୍ଲା ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଜାନୀ କହିଛନ୍ତି ଲୋକ ଦେଖାଣିଆ କିମ୍ବା ଆମ ଟିମକୁ ବାଆଁରେଇ ପୋଷାକ ଯୋଗାଣ ଅର୍ଡର ହାତେଇବାକୁ ପ୍ରୟାସ କରୁଥିବା ଗୃପ୍ ଗୁଡ଼ିକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ। ଆମ ଟିମ ବାରମ୍ଵାର ତଦାରଖ କରି ଯୋଗ୍ୟ ଗ୍ରୁପ ଯାହାର ପ୍ରକୃତରେ ସିଲେଇ ୟୁନିଟ ରହିଥିବ ଏବଂ ଏତେ ପିଲାଙ୍କୁ ପୋଷାକ ଯୋଗାଇବାର ଦକ୍ଷତା ରହିଥିବ ସେହି ଗ୍ରୁପ ଓ ସେହି ଏମଏସଏମଇ ୟୁନିଟ ଗୁଡ଼ିକୁ ଆମେ ଚୟନ କରି ରିପୋର୍ଟ ଦେବୁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.