ଦୁଇ ବର୍ଷିଆ ସ୍ବତନ୍ତ୍ର ଶିକ୍ଷାରେ ବିଏଡ ପ୍ରାର୍ଥୀଙ୍କୁ‌ ନ୍ୟାୟ ମିଳିଲା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦୁଇ ବର୍ଷିଆ ସ୍ବତନ୍ତ୍ର ଶିକ୍ଷାରେ ବି.ଏଡ୍ କରିଥିବା ପ୍ରାର୍ଥୀ ମାନଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବେଆଇନ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ବିରୁଦ୍ଧରେ ପ୍ରତ୍ୟାଖ୍ୟାତ ପ୍ରାର୍ଥୀ ମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ କେଶ୍ ଦାୟର କରିଥିଲେ। ଏହି ମାମଲାର ଶୁଣାଣି ମାନ୍ୟବର ନ୍ୟାୟମୁର୍ତ୍ତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ଚାଲୁଅଛି।

Omkar Vasthu
Omkar Vasthu

ଆଜି ପର୍ଯ୍ୟନ୍ତ ସାତ ଜଣ ପ୍ରତ୍ୟାଖ୍ୟାତ ପ୍ରାର୍ଥୀ ମାମଲା ଦାଖଲ କରିଛନ୍ତି ଏବଂ ସମସ୍ତ ପ୍ରାର୍ଥୀଙ୍କ ପାଇଁ କନିଷ୍ଠ ଶିକ୍ଷକ ଚ଼ାକିରି ସୁରକ୍ଷିତ ରଖିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି ଓ ସରକାରଙ୍କୁ ତାଙ୍କର ଉତ୍ତର ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଆଗମୀ ଦିନରେ ଆହୁରି ଅନେକ ପ୍ରତ୍ୟାଖିତ ପ୍ରାର୍ଥୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ସମ୍ଭାବନା ଅଛି।ଉକ୍ତ ମାମଲାକୁ ଆଇନଜୀବୀ ସହସ୍ରାଂଶୁ ସୌରଭ ପରିଚ଼ାଳନା କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.