ଡ଼ଙ୍ଗରୀଗୁଡା ଓ ଠୂଟିବର ଗ୍ରାମରେ ବ୍ୟାପିଛି ଝାଡା ବାନ୍ତି; ଅସ୍ଥାୟୀ କ୍ୟାମ୍ପ ସାଙ୍ଗକୁ ସ୍ୱାସ୍ଥ୍ୟ ଟିମର ସ୍ଥିତି ଅନୁଧ୍ୟାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଳପାଳି ପଞ୍ଚାୟତ ଡ଼ଙ୍ଗରୀଗୁଡା କୈବର୍ତ୍ତ ପଡାରେ କିଛି ଦିନ ହେବ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି l ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିବାରୁ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥିତି ଅନୁଧ୍ୟାନ କରି ଆକ୍ରାନ୍ତଙ୍କୁ ମେଡିକାଲ ପଠେଇ ସ୍ଥିତି ସୁଧାର ଆଣିବାରେ ଲାଗିଛନ୍ତି ସ୍ୱାସ୍ଥ୍ୟ ବିଭାଗ l

Omkar Vasthu
Omkar Vasthu

ସୂଚନା ଅନୁସାରେ ପ୍ରାୟ ଏକ ସପ୍ତାହ ହେଲା କୈବର୍ତ୍ତ ପଡ଼ାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ମେଡିକାଲ ପକ୍ଷରୁ ସୂଚନା ଅନୁଯାୟୀ ୬ ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ଭବାନୀପାଟଣା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି l ସେହିପରି ଗୋତୋମୁଣ୍ଡା ପଞ୍ଚାୟତ ଠୂଟିବରରେ ୧୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଭବାନୀପାଟଣା, ଜଣେ ଜୁନାଗଡ଼, ଓ ଦୁଇ ଜଣ ଧର୍ମଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ଥିବା ବେଳେ ୮ ଜଣ ଘରେ ଚିକିତ୍ସିତ ହୋଇ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ରହିଛି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଟିମର ଏପଡି ଜିଓଲୋଜିଷ୍ଟ ନିହାର ରଞ୍ଜନ ଠାକୁର, ଡିଡିଏମ ସୋମ୍ୟରଞ୍ଜନ ନାଏକ, ମେନେଜର ସୁକୁମାର ଚିନ୍ଦା, ମାଇକ୍ରୋବାଇଲୋଜିଷ୍ଟ ରାହୁଲ ମେହେର, କୋକସରା ପିଏଚ ଓ ଶର୍ମିଲା ଛତ୍ରିଆ, କୈବର୍ତ୍ତ ପଡା ଓ ଠୁଟିବର ପରିଦର୍ଶନ କରି ଆବଶ୍ୟକ ଔଷଧ ପତ୍ର ସହ ନିରାକରଣ ପାଇଁ ସଚେତନ ବାର୍ତ୍ତା ଦେଇ ପାଣି ନମୁନା ନେବା ସହ ପରୀକ୍ଷଣ ପରେ କାରଣ ଜଣା ପଡିବ ବୋଲି କହିଥିଲେ l ରେଙ୍ଗାଲପାଲି ସ୍ୱାସ୍ଥ୍ୟ କର୍ମଚାରୀ ସରୋଜ ନାଏକ ଓ ଗୋତୋମୁଣ୍ଡା ସ୍ୱାସ୍ଥ୍ୟ କର୍ମଚାରୀ କ୍ଷୀରୋଦ ବାଗ ସହ ସ୍ଥାନୀୟ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.