ତାରା ତାରିଣୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷଙ୍କୁ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳରେ ଥିବା ତାରା ତାରିଣୀ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ତଥା ପଦାର୍ଥ ବିଜ୍ଞାନର ମୁଖ୍ୟ ଥିବା ଡ଼ଃ ସିମାଞ୍ଚଳ ପଟ୍ଟନାୟକଙ୍କୁ ଆଜି କନକା ଠାକୁରାଣୀ ମନ୍ଦିର ପରିସରରେ ଫିଜିକ୍ସ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବର୍ତମାନ ପଦାର୍ଥ ବିଜ୍ଞାନର ମୁଖ୍ୟ ଥିବା ଅଧ୍ୟାପକ ଡ଼ଃ ସୁବ୍ରତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନା ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ବାସୁଦେବ ମହାପାତ୍ର, ପୂର୍ବତନ ଶିକ୍ଷା ବିଭାଗର ଅଧ୍ୟାପିକା ଡ଼ଃ ଗାୟତ୍ରୀ ଦାଶ, ପଦାର୍ଥ ବିଭାଗର ଡେମୋନଷ୍ଟେଟର ପ୍ରଫୁଲ କୁମାର ସାହୁ, ବିଭାଗର ସହଯୋଗୀ ଅଧ୍ୟାପିକା ପିଙ୍କି ସାହୁ ଓ ମହାବିଦ୍ୟାଳୟର ମୁଖ୍ୟ ଲାଇବ୍ରେରୀ କପିଳେ ଶ୍ୱର ଦାଶ ମଞ୍ଚାସିନ ଥିଲେ |

ବୈଠକ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥି ମାନେ ଗଞ୍ଜାମର ଅଧିଷ୍ଠାତ୍ରି ଦେବୀ ମା ତାରା ତାରିଣୀ ଓ ଜଗତର ନାଥ ଜଗନ୍ନାଥଙ୍କ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରି ଜଗତର ମଙ୍ଗଳ କାମନା କରିଥିଲେ | ଅଧ୍ୟାପକ ସୁବ୍ରତ କୁମାର ଷଡ଼ଙ୍ଗୀ ବୈଠକରେ ସମ୍ୟକ ସୂଚନା ଦେଇ ଆଜିର ଏହି ସଂମ୍ବର୍ଦ୍ଧନା ଉଛବ ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବାଷ୍ପ ଛଳ କଣ୍ଠରେ ବିହ୍ଵଳ ହୋଇ ଅଧକ୍ଷଙ୍କ ୩୬ ବର୍ଷର ଅଭିଜ୍ଞତା ମଧ୍ୟରେ ମହାବିଦ୍ୟାଳୟରେ ଅନୁଶାସନ, କର୍ତ୍ତବ୍ୟ ନିଷ୍ଠତା,ଛାତ୍ରବଛଳତା, ଏବଂ ସମସ୍ତ ସହଯୋଗୀ ଙ୍କୁ ସାହାଯ୍ୟ, ଭଲପାଇବା ରହିଥିଲା , ତାହା ଆଜି ଶୂନ୍ୟ ହୋଇ ପଡିଛି | ଅନ୍ୟ ମାନେ ଅଛନ୍ତି ନିଶ୍ଚିତ ଭାବେ ତାଙ୍କଠାରୁ ଅଧିଜ ହୋଇ ପାରିବେ ଏକଥା କହି ହେବନାହିଁ, କିନ୍ତୁ ଡ଼ଃ ସିମାଞ୍ଚଳ ପଟ୍ଟନାୟକଙ୍କ କ୍ଷେତ୍ରରେ ସେ ଅନ୍ୟ ମାନଙ୍କ ପ୍ରତି ଏକ ମାଇଲ ଖୁଣ୍ଟ ହୋଇ ରହିବେ ବୋଲି ଛାତ୍ର, ଛାତ୍ରୀ ମାନେ ତାଙ୍କ ବକ୍ତବ୍ୟ ରେ କହିଛନ୍ତି |

ମଞ୍ଚାସିନ ଅତିଥି ତଥା ପରିଚାଳନା ପରିଷଦର ସଭାପତି ଏହି ପୁରୁଷୋତ୍ତମପୁର ଏକ ଐତିହାସିକ, ପୌରାଣିକ, ଓ ପର୍ଯ୍ୟଟନ, କ୍ଷେତ୍ର ବହନ କରିଥିବା ଏହି ସହର ତଥା ମା ତାରା ତାରିଣୀ, ଶୈବ ପୀଠ କପିଳେଶ୍ୱର ମହାଦେବଙ୍କ ଖ୍ୟାତି ଉପରେ ତଥା ଗଙ୍ଗା ଠାରୁ ହଜାରେ ବର୍ଷରେ ବଡ଼ କୂଳୁ କୂଳୁ, ପ୍ରବାହିତ ଋଷିକୁଲ୍ୟା ନଦୀ, ଉପରେ ବର୍ଣ୍ଣନା କରିବା ସହ ସମ୍ବର୍ଦ୍ଧିତ ହେବାଜୁ ଥିବା ଅଧକ୍ଷ ଓ ଉପସ୍ଥିତ ସମସ୍ତ ଅତିଥି, ସାମ୍ବାଦିକଙ୍କ ନାମ ଉପରେ ବର୍ଣ୍ଣନା କରିଥିଲେ | ପୂର୍ବତନ ଅଧ୍ୟାପିକା ଡ଼ଃ ଗାୟତ୍ରୀ ଦାଶ ତଥା ଅଧକ୍ଷ ଙ୍କ ସହଧର୍ମିଣୀ ତାଙ୍କ ବକ୍ତବ୍ୟ ରେ ଅଧକ୍ଷ ଙ୍କ ନିୟମାନୁ ବର୍ତ୍ତିତା, ଓ ସୁଶାସନ ସହ ସେ ଖାପଖୁଆଇ ଆଜି ପର୍ଯ୍ୟନ୍ତ ଚାଲି ଆସିଛନ୍ତି | ତେଣୁ ପିଲାମାନଙ୍କୁ ପଛରେ ପକାଇ ସେ ଉକ୍ତଳ ମଣୀ ଗୋପବନ୍ଧୁ ଦାଶ ଙ୍କ ପରିସେ ତାଙ୍କ ନିୟମରୁ ଅପସରି ଯାଇନାହାନ୍ତି | ତେଣୁ ସେ ଜଣେ ଅନ୍ୟତମ କର୍ତ୍ତବ୍ୟନିଷ୍ଟ ର ଅଧିକାରୀ ହୋଇ ପାରିଛନ୍ତି | ସେଥିପାଇଁ ସେ ତାଙ୍କୁ ସ୍ୱାମୀ ରୂପରେ ପାଉ ଆଜି ଗର୍ବିତ ବୋଲି କହିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଡେମୋନେଷ୍ଟେଟର ପ୍ରଫୁଲ ସାହୁ ଓ ଲାଇବ୍ରେରୀମୁଖ୍ୟ କପିଳେଶ୍ୱର ଦାଶ, ସହଯୋଗୀ ଅଧାପକ ପିଙ୍କି ସାହୁ ମଧ୍ୟ ଅଧକ୍ଷ ଙ୍କ ନିତି, ଆଦର୍ଶ, ଓ ଶିକ୍ଷା ପ୍ରଦାନ କିପରି ଉଚ୍ଚ କୋଟିର ହୋଇ ପାରିଥିଲା ,ଏବଂ ମହାବିଦ୍ୟାଳୟ ର ନାମ ଜିଲ୍ଲା ରୁ ରାଜ୍ୟ ପର୍ଯ୍ୟନ୍ତ ରହିଛି ତାହାବି ଆଜି ସମସ୍ତଙ୍କ ମନେ ରହିବ ବୋଲି କହିଛନ୍ତି | ଅଧକ୍ଷ ତାଙ୍କ ଅଭିଭାଷଣ ରେ ଏହି କଲେଜରୁ ଅଧ୍ୟାପନା ଆରମ୍ଭ ଓଏଠାରୁ ଶିକ୍ଷା ଦାନ ଶେଷ ବୋଲି କହିଛନ୍ତି | ତେବେ ଏହି କଲେଜ ତାଙ୍କ ରି ସବୁ ବେଳେ ମନେ ରହିବ କହିଛନ୍ତି | ସମସ୍ତ ବିଭାଗୀୟ ଛାତ୍ର, ଛାତ୍ରୀଙ୍କ ଯାହାବିଶିକ୍ଷା ପ୍ରତି ବୁଝିବାର ଅଛି ସେମାବେ ତାଙ୍କ ସହ ଫୋନ ରେ କଥା ହୋଇ ପାରିବେ ବୋଲି କହିଛନ୍ତି | ଶେଷରେ ଡେମୋନେଷ୍ଟେଟର ପ୍ରଫୁଲ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.