ନୂଆପଡା,୮/୭ : ରବି ଧାନ ସଂଗ୍ରହ ସମୟରେ ନୂଆପଡା ଜିଲ୍ଲାରେ ଅବ୍ୟବସ୍ଥା ଦେଖାଦେଇଥିବାରୁ ଅନେକ ସମୟରେ ବିଭିନ୍ନ ସ୍ଥାନ ମାନଙ୍କରେ ଚାଷୀ କୁଳ ରାଜ ରାସ୍ତାକୁ ଓଲ୍ଲଇ ଆନ୍ଦୋଳନ କରୁଛନ୍ତି ତ କେତେବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହୁଥିବା ନଜରରେ ଆସିଛି । ତେବେ ଏ ନେଇ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଧାନ ସଂଗ୍ରହ କରିବାର ଟାର୍ଗେଟ ସମ୍ପୂର୍ଣ ହୋଇ ଯାଇଛି ବୋଲି ଭୂଆଁ ବୋଲାଉଥିବାର ନଜରରେ ଆସିଛି । ତେବେ ଗତ 30 ତାରିଖରୁ ମଣ୍ଡି ବନ୍ଦ ହୋଇ ଯାଇଥିବାରୁ ଚାଷୀ କୁଳ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଏ ନେଇ ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଜିଲ୍ଲାର ସମସ୍ତ ମଣ୍ଡି ପରିଦର୍ଶନ କରି ଦେଖୁଛନ୍ତି । ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଶ୍ରୀ ଭାନୁ ପ୍ରତାପ ମାଝୀ, ଯୁବ ନେତା ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ପଣ୍ଡା ), ଜିଲ୍ଲା ଯୁବ ବିଜେଡି ପୂର୍ବତନ ସଭାପତି ଅବନୀ ଯୋଶୀ ପ୍ରମୁଖ ଏହି ସ୍ୱତନ୍ତ୍ର ଟିମରେ ଶ୍ରୀ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡିରେ ଚାଷୀ ଙ୍କ ସମସ୍ୟା ବୁଝୁଥିଲେ ।

ତେବେ ଏ ନେଇ ମାନ୍ୟବର ବିଧାୟକ ଶ୍ରୀ ଢୋଲକିଆ ସମବାୟ, ଯୋଗାଣ ମନ୍ତ୍ରୀ ଏବଂ ଯୋଗାଣ ସଚିବ ଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆଗାମୀ ଦିନ ରେ ବିଜେଡି ଟିମ ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଜିଲ୍ଲା ର ଚାଷୀ ଙ୍କ ଧାନ ବିକ୍ରି କରିବା ପାଇଁ ପୁନଃ ମଣ୍ଡି ଖୋଲିବା ପାଇଁ ଦାବୀ କରିବୁ ବୋଲି ମାନ୍ୟବର ବିଧାୟକ ଶ୍ରୀ ଢୋଲକିଆ ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta






