ବାଲେଶ୍ଵରରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ସମ୍ବନ୍ଧୀୟ ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧିଙ୍କ ଉପସ୍ଥତିରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ ସମ୍ବନ୍ଧେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆସନ୍ତା ଜାନୁଆରୀ ତା ୧ ରିଖ ୨୦୨୫କୁ ଯୋଗ୍ୟତା ତାରିଖ ହିସାବରେ ଧାର୍ଯ୍ୟ ହେବା ସହିତ ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅକ୍ଟୋବର ତା ୧୮ ରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ ପାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସହିତ ଜଡିତ କାର୍ଯ୍ୟସୂଚୀ ଏବଂ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯିବା ସହିତ ଏକ ବିସ୍ତୃତ ଏବଂ ସଠିକ ଭୋଟର ତାଲିକା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

Omkar Vasthu
Omkar Vasthu

ଏହି ବୈଠକରେ ସଂଶୋଧନ ପ୍ରକ୍ରିୟା ପାଇଁ ଦୁଇ ପର୍ଯ୍ୟାୟ ଆଭିମୁଖ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅଗଷ୍ଟ ୨୦ରୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ପୂର୍ବ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଭୋଟରଙ୍କ ତଥ୍ୟ ସଂଗ୍ରହ ପାଇଁ ଘରକୁ ଘର ଯାଇ କ୍ଷେତ୍ର ଯାଞ୍ଚ (ଫିଲ୍ଡ ଭେରିଫିକେସନ), ମତଦାନ କେନ୍ଦ୍ରର ଯୁକ୍ତିଯୁକ୍ତତା, ଭୋଟର ତାଲିକାରେ ଓ ଏପିକରେ ଥିବା ସଂକୋଚ ଦୂର କରିବା ଭଳି ବିଭିନ୍ନ କାର୍ଯ୍ୟକଳାପ ରହିଛି। ଏହା ପରେ ଅକ୍ଟୋବର ୨୯ ରୁ ଜାନୁୟାରୀ ୬ ପର୍ଯ୍ୟନ୍ତ ସଂଶୋଧନ କାର୍ଯ୍ୟକଳାପ କରାଯିବ। ଏହି ପର୍ଯ୍ୟାୟ ଅକ୍ଟୋବର ୨୯ ରେ ଇଣ୍ଟିଗ୍ରେଟେଡ୍ ଡ୍ରାଫ୍ଟ୍ ଭୋଟର ତାଲିକା ପ୍ରକାଶନ ସହ ଆରମ୍ଭ ହେବ। ଜାନୁଆରୀ ୬ ତାରିଖରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନରେ ଶେଷ ହେବ। ଏହି ବୈଠକରେ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଓ ଏକାଧିକ ଏଣ୍ଟ୍ରି ଏବଂ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରଙ୍କୁ ସଂଶୋଧନ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ରାଇମତ ଟୁଡୁ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.