ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ଆଜି ବିଶ୍ବର କଲ୍ୟାଣ ନିମନ୍ତେ ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଥିଲା । ବ୍ରାହ୍ମଣ ପୁରୋହିତ ସମିତି ଓ ତାରାତାରିଣୀ ସେବାୟତ ମହାସଂଘ ପକ୍ଷରୁ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।
ମାଁ ତାରାତାରିଣୀଙ୍କୁ ପ୍ରଥମେ ଲକ୍ଷେ ୮ ବେଲପତ୍ର ଚଢାଯିବା ପରେ ଘୃତଯଜ୍ଞ ଓ ଅନ୍ନଯଜ୍ଞ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ମା’ଙ୍କ ପୀଠରେ ପହଞ୍ଚି ମା’ଙ୍କୁ ବେଲପତ୍ର ଚଢାଇଥିଲେ । ବିଶ୍ବର କଲ୍ୟାଣ କରିବା ସହ ସମସ୍ତଙ୍କୁ ନିରୋଗୀ ରଖିବା ସକାଶେ ବ୍ରାହ୍ମଣ ଓ ସେବାୟତ ମାନେ ମା’ଙ୍କୁ ଆରାଧନା କରିଥିଲେ । ସେପଟେ ଏଭଳି ବିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା । ଏଥିରେ ବହୁ ବ୍ରାହ୍ମଣ ଓ ସେବାୟତ ମାନେ ସାମିଲ ହୋଇଥିଲେ ।