ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ବିଶ୍ୱ ହୃଦୟ ଦିବସ–୨୦୨୬ ଅବସରରେ ନୂଆପଡ଼ା ଜିଲ୍ଲା ଖରିଆରସ୍ଥିତ ଖରିଆର କଲେଜ ଅଫ୍ ନର୍ସିଂ ପକ୍ଷରୁ ଏକ ହୃଦୟ ସ୍ୱାସ୍ଥ୍ୟ ସଚେତନତା ରାଲି ଆୟୋଜିତ ହୋଇଥିଲା। କଲେଜ ପରିସରରୁ ଆରମ୍ଭ ହୋଇଥିବା ଏହି ରାଲି ଖରିଆର ପେଟ୍ରୋଲ ପମ୍ପରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ନର୍ସିଂ ଛାତ୍ରଛାତ୍ରୀ ଓ କଲେଜର କର୍ମଚାରୀମାନେ ଯୋଗଦେଇ ହୃଦରୋଗ ପ୍ରତିରୋଧ, ନିୟମିତ ବ୍ୟାୟାମ, ସୁସ୍ଥ ଖାଦ୍ୟ ଗ୍ରହଣ, ରକ୍ତଚାପ ଓ ରକ୍ତଶର୍କରା ନିୟମିତ ଯାଞ୍ଚ ଏବଂ ତମାଖୁ ଓ ଧୂମପାନରୁ ଦୂରେଇ ରହିବା ନେଇ ଲୋକଙ୍କୁ ସଚେତନ କରିଥିଲେ। ରାଲିରେ “Healthy Heart, Healthy Life” ଓ “Use Heart for Every Heart” ଭଳି ସଚେତନତା ବାର୍ତ୍ତା ଦିଆଯାଇଥିଲା। ହୃଦୟକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ମଧ୍ୟ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ହୃଦୟ ସୁସ୍ଥ ରହିଲେ ଜୀବନ ସୁସ୍ଥ ରହିବ—ଏହି ବାର୍ତ୍ତା ନେଇ ଖରିଆରରେ ଆୟୋଜିତ ଏହି ସଚେତନତା ରାଲି ସାଧାରଣ ଲୋକଙ୍କ ମଧ୍ୟରେ ହୃଦୟ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିଥିଲା।





