ବେଆଇନ ମଦକୋଠି ବନ୍ଦ କରିବାକୁ ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ଦାବି 

ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ବେଆଇନ ମଦକୋଠି ବନ୍ଦ କରିବା ସହ ବସ ଷ୍ଟାଣ୍ଡ ପାଖ ଓ କେନ୍ଦ୍ରୀୟ ବିଦ୍ୟାଳୟ ଯିବା ରାସ୍ତାରେ ଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରିବା ପାଇଁ ଦାବି କରିଛି ବିଜୁ ଜନତା ଦଳ।ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଏନେଇ ଏକ ପ୍ରତିନିଧି ଦଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଦଳର ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟସିଂହ ମହାନ୍ତି, ସମ୍ପାଦକ ଲବଣୀ ରାଉତ ଯାଦବ, ବ୍ଲକ ସାଧାରଣ ସମ୍ପାଦକ ଭବେଶ ଗୟନ୍ତା, ଜିଲ୍ଲା ପରିଷଦ ସଭ୍ୟ ଗୋପୀ ମହାନନ୍ଦ, ପ୍ରଣବ ଭଏସାଲ, ବ୍ଲକ ଉପ ସଭାପତି ଭବାନୀ ଶଙ୍କର ପଣ୍ଡା, ରତନ ନାଏକ, ବ୍ଲକ ସମ୍ପାଦକ ରାଧା କାନ୍ତ ଗୁରୁ, ତପନ ସା, ଧର୍ମଗଡ ନଗର ସଧାରଣ ସମ୍ପାଦକ ପ୍ରମୋଦ ହଂସ, ସମ୍ପାଦକ ପ୍ରେମ ଲାଲ ସାଗର, ସନ୍ତୋଷ ପାଢ଼ୀ, ଯୁବ ନେତା ଭବାନୀ ବଣିଆ, ସୁନୀଲ ଭଏସାଳ, କାଉନସିଲର ସନ୍ତୋଷୀନୀ ନାଏକ, ଜୁଲି ମହାନନ୍ଦ, ବେଲମତି ପୁଝାରୀ, ହେମଲତା ଗୋପାଳ, ଧନୀରାମ ହାତୀ, ସଞ୍ଜୟ ଭୋଇ, ସୋଷିଆ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.