ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ବାଲସିଙ୍ଗା ଗ୍ରାମପଞ୍ଚାୟତର କନକପୁର ଗ୍ରାମରେ ଜୟ ଶ୍ରୀରାମଜୀ ନୃତ୍ୟ କଳା ଅନୁଷ୍ଠାନ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ତୋଫାନ କୁମାର ରଣା ଏବଂ ସମ୍ପାଦକ ସୁରେନ୍ଦ୍ର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀ ଦୁର୍ଗାପ୍ରସାଦ ମହାନ୍ତି ଙ୍କ ବ୍ଲକ ପ୍ରତିନିଧି ତଥା ନର୍ଲା ବ୍ଲକ ବିଜେଡି ସଭାପତି ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ନୀଳମଣୀ ସାହୁ, ସଂମ୍ମାନିତ ଅତିଥି ଅନନ୍ତରାମ ମାଝୀ ସରପଞ୍ଚ ଭାନପୁର, ଗୋପାଳ ହାତୀ ସରପଞ୍ଚ ବାଗପୁର, ଦେବେନ୍ଦ୍ର ସା ସରପଞ୍ଚ ଘଣ୍ଟମାଳ, ରାହୁଲ ସାହୁ ଶେରଗଡ଼ ସରପଞ୍ଚଙ୍କ ସମେତ ଶ୍ରୀ ଶିବ ପ୍ରସାଦ ରଣା ଜୋନ ସଭାପତି ବିଜେପି ନର୍ଲା, ସମିତି ସଭ୍ୟ ବାଲସିଙ୍ଗା ଶ୍ରୀ ଧନୁର୍ଯ୍ୟ ବାହୁକ, କନକପୁର ଗୌନ୍ତିଆ ଶ୍ରୀ ନରହରୀ ମାଝୀ, ୱାର୍ଡ ସଭ୍ୟ ଶ୍ରୀ ସତ୍ୟବାଦୀ ମାଝୀ, ଶ୍ରୀରାମଜୀ କ୍ଳବର ସଭ୍ୟ ବୃନ୍ଦ ଫଗୁ ମାଝୀ, ଡିଙ୍ଗର ମାଝୀ, କେଦାର ରଣା, ଗୋକୁଳ ବେହେରା, ମିଥୁନ ରଣା, କୃଷ୍ଣ ରଣା, ଡୋଳା ମାଝୀ ସମେତ ସମସ୍ତ ସଭ୍ୟ ସଭ୍ୟାଙ୍କ ସହଯୋଗ ରହିଥିଲା। ଡାନ୍ସ ପ୍ରତିଯୋଗିତାର ବିଚାରପତି ଭାବରେ ଶ୍ରୀ ସନ୍ତୋସାନନ୍ଦ ନାୟକ ଏବଂ ଶ୍ରୀ ଚିନ୍ମୟ ଗୌଡ଼, ଶ୍ରୀ କ୍ଷୀରସିନ୍ଧୁ ମାଝୀ, ରାମଜୀ ନୃତ୍ୟକଳା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ବିଷମ ସାହୁ ପ୍ରଭୃତି ଉପସ୍ଥିତ ଥିଲେ।







