ଭାରତୀୟ ଜନତା ପାର୍ଟିର ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଗମ୍ଭାରୀମୁଣ୍ଡା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ସିଦ୍ଧେଶ୍ବରୀ ମଣ୍ଡଳ ଅନ୍ତର୍ଗତ ଆୟତପୁର, ଦେଓଗାଁ, ଗମ୍ଭାରୀମୁଣ୍ଡା, ତୋରସିଂହ, କୁଲେଇ, ନାଚୁଣୀ ଓ ମୋରାମୋରୀ‌ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର ସମସ୍ତ ବୁଥ୍ ସଭାପତି ମାନଙ୍କୁ ନେଇ ସଦସ୍ୟତା ଗ୍ରହଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ, ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ପ୍ରଭାଶିଷ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା‌ ଅନିତା ପ୍ରଧାନ, ମୋରାମୋରୀ ସରପଞ୍ଚ ବସନ୍ତ ମାଳି, ନାଚୁଣୀ ପଞ୍ଚାୟତ ଭାଜପା ସଭାପତି  ଦୟାନିଧି ପଲାଇ, ଦେଓଗାଁ ପଞ୍ଚାୟତ ସଭାପତି ସୁରେଶ ବିଷୋୟୀ, ଆୟତପୁର ପଞ୍ଚାୟତ ସଭାପତି ଦୀପ୍ତିରଞ୍ଜନ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହରିଚ଼ନ୍ଦନ, ସିଦ୍ଧେଶ୍ୱର ସୁବୁଦ୍ଧି, ମନୋଜ ପ୍ରଧାନ, ସ୍ମୃତିରଞ୍ଜନ ମାନସିଂହ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ସଦସ୍ୟତା ଗ୍ରହଣ ଅଭିଯାନ ସମ୍ପର୍କରେ ମାର୍ଗଦର୍ଶନ କରାଇବା ସହ ସଂଗଠନର ଆତ୍ମା ସଦସ୍ୟତା ବୋଲି ମତପ୍ରକାଶ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ନିମନ୍ତେ ରାଷ୍ଟ୍ରବାଦୀ ତଥା ଜାତୀୟତାବାଦୀ ଦଳ ଭାରତୀୟ ଜନତା ପାର୍ଟି ପରିବାରରେ ଅଧିକରୁ ଅଧିକ‌ ସଦସ୍ୟତା କରାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.