ଆରମ୍ଭ ହେଲା ନର୍ଲାର ନବରାତ୍ରୀ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାର ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏନେଇ ବୁଧବାର ଅପରାହ୍ନରେ ସ୍ଥାନୀୟ ରାଣି ବନ୍ଧ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇ ସଂଧ୍ୟାରେ ପୂଜା ମଣ୍ଡପରେ କଳସ ସ୍ଥାପନ ଓ ବିଲ୍ୱ ବରଣ ରିତି ନିତି ଅନୁଷ୍ଠିତ ହୋଇଥିଲା। ଗୁରୁବାର ବିଧିବଦ୍ଧ ଭାବରେ ନବରାତ୍ରୀ ଦୁର୍ଗା ପୂଜା ଆରମ୍ଭ ହୋଇଛି। ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ ନାଗ (ପିଣ୍ଟୁ), ସାଧାରଣ ସମ୍ପାଦକ ଦୀପୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ବିମଳ ସାହାଣୀ, ଯୁଗ୍ମ ସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ (ବଣ୍ଟୁ) ପ୍ରମୁଖ ବିଭିନ୍ନ ବିଭାଗର ଦାଇତ୍ୱ ତୁଲାଉଥିବା ଜଣାପଡିଛି। ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା ଓ ପଦ୍ମିନୀ ପଣ୍ଡା ଦାଇତ୍ୱ ନିର୍ବାହନ କରୁଛନ୍ତି। ସେହିଭଳି ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର ଓ ଦୟାନିଧି ବିଶି ପୁଜା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ପ୍ରଭୋବ ଚାନ୍ଦ, ନୀରଜ ମହାପାତ୍ର, ସରୋଜ ମହାପାତ୍ର, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ପୂୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡିଛି। ବିକେଶ ହଂସ, ନରିନ ହଂସ, କାହ୍ନା ଗଉଡ ପ୍ରମୁଖ ପୁଜା ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.