ଫ୍ରାଙ୍କଫର୍ଟ ଅନ୍ତର୍ଜାତୀୟ ପୁସ୍ତକ ମେଳା: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଲେଖକଙ୍କ ସହ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ବିଶ୍ୱର ସର୍ବବୃହତ ପୁସ୍ତକ ମେଳା ଫ୍ରାଙ୍କଫର୍ଟ ଅନ୍ତର୍ଜାତୀୟ ପୁସ୍ତକ ମେଳାର ଦ୍ୱିତୀୟ ଦିନରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଖ୍ୟାତ ହିନ୍ଦୀ କବି ବଦ୍ରି ନାରାୟଣଙ୍କ ସହ ‘ଲେଖକଙ୍କ ସହ ସାକ୍ଷାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଦ୍ରି ନାରାୟଣଙ୍କୁ ତାଙ୍କ କବିତା ସଂକଳନ ‘ତୁମଡୀ କେ ଶବ୍ଦ’ ପାଇଁ ୨୦୨୨ ମସିହାର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ କେବଳ ଜଣେ କବି ନୁହଁନ୍ତି ବରଂ ଜଣେ ସମାଜ ବିଜ୍ଞାନୀ ଏବଂ ବର୍ତ୍ତମାନ ଆହ୍ଲାବାଦର ଝାନସୀସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ ସାମାଜିକ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଅନ୍ୟ ଲୋକପ୍ରିୟ କବିତା ସଂକଳନ ମଧ୍ୟରେ ରହିଛି ‘ଖୁଦାଇ ମେଁ ହିଂସା’, ‘ସଚ୍ ସୁନେ କଇ ଦିନ୍ ହୁଏ’ ଇତ୍ୟାଦି । ସେ କେଦାର ସମ୍ମାନ ଏବଂ ଭାରତ ଭୂଷଣ ଅଗ୍ରୱାଲ ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କର କବିତା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି। ‘ଲୋକ ସଂସ୍କୃତି ଔର ଇତିହାସ’, ‘ଲୋକସଂସ୍କୃତି ମେଁ ରାଷ୍ଟ୍ରବାଦ’, ‘ଦଳିତ ବୀରାଙ୍ଗନାଏଁ ଔର ମୁକ୍ତି କୀ ଚାହ’ ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ବୌଦ୍ଧିକ ପୁସ୍ତକ। ଆଲୋଚନା କରିବା ସ୍ବରଚିତ କବିତା ଆବୃତ୍ତି ସହିତ ସାହିତ୍ୟ ଏକାଡେମୀର ସଚିବ କେ ଶ୍ରୀନିବାସରାଓଙ୍କ ସହ ସେ ଭାରତୀୟ ସମାଜ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜି ସାହିତ୍ୟ ଏକାଡେମୀର ଷ୍ଟଲରେ ବିଭିନ୍ନ ଦେଶର ଅନେକ ପ୍ରକାଶକ ଓ ଏଜେଣ୍ଟ ଅନୁବାଦ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ହାସଲ କରିଛନ୍ତି। ଏହି ପୁସ୍ତକ ମେଳାରେ ସାହିତ୍ୟ ଏକାଡେମୀର ୧୦୦ଟି ପ୍ରକାଶନକୁ ଅନ୍ୟ ଭାଷାରେ ଅନୁବାଦ ଓ କପିରାଇଟ୍ ପାଇଁ ଉପଲବ୍ଧ କରାଯାଇଥିବା ଜଣାପଡିଛି। ଫ୍ରାଙ୍କଫର୍ଟ ପୁସ୍ତକ ମେଳା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.