ବିସିସିଆଇକୁ ପାକିସ୍ତାନ କ୍ରିକେଟ ବୋର୍ଡର ନୂତନ ପ୍ରସ୍ତାବ 

ଓଡ଼ିଆ ବାର୍ତ୍ତା/ ଲାହୋର: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜିତ ହେବ । ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ସୂଚାରୁରୂପେ ଆୟୋଜିତ କରିବା ପାଇଁ ବିସିସିଆଇକୁ ଆଉ ଏକ ପ୍ରସ୍ତାବ ଦେଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଟିମ ପାକିସ୍ତାନ ଯିବା ସମ୍ଭାବନା କମ ରହିଛି । ଅବଶ୍ୟ ବିସିସିଆଇ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହିଁ । ଫେବୃୟାରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଲାହୋର, ରାୱଲପିଣ୍ଡି ଓ କରାଚୀରେ ହେବା ନିର୍ଦ୍ଧାରିତ ହୋଇଛି । ପିସିବି ଏବେ କହିଛି, ଭାରତୀୟ ଟିମ ଯଦି ପାକିସ୍ତାନରେ ରହିବାକୁ ଚାହୁଁନି ତେବେ ମ୍ୟାଚ ପରେ ଦିଲ୍ଲୀ କିମ୍ବା ଚଣ୍ଡୀଗଡ ଯାଇ ପାରିବ ।

ଏହି ଆଲୋଚନା କେବଳ ମୌଖିକ ଭାବେ ସୀମିତ ରହିଛି । ଭାରତ ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଖେଳିବା ପାଇଁ ଚାହୁଁଥିବା ବେଳେ ପିସିବି କିନ୍ତୁ ପାକିସ୍ତାନ ବାହାରେ କୌଣସି ମ୍ୟାଚ କରିବାକୁ ଚାହୁଁcନି । ପୂର୍ବରୁ ଏସିଆକପ ଖେଳିବା ନେଇ ଟିମ ଇଣ୍ଡିଆ ରାଜି ନ ହେବାରୁ ହାଇବ୍ରିଡ ମଡେଲରେ ଏହାକୁ ଆୟୋଜନ କରାଯାଇଥିଲା । ପାକିସ୍ତାନରେ କେବଳ ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଶ୍ରୀଲଙ୍କାରେ ୯ ମ୍ୟାଚ ଆୟୋଜିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.