ଲେଖିକା ରଶ୍ମୀ ରାଉଳଙ୍କ କାଳଜୟୀ ଉପନ୍ୟାସର ଉନ୍ମୋଚିତ ହେଲା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱର ସ୍ଥିତ ବଡ଼ଦା ହସ୍‌ପିଟାଲ ନିକଟସ୍ଥ ଓମ୍ ସ୍ଵସ୍ତିମ୍ ଆପାର୍ଟମେଣ୍ଟର ସଭାକକ୍ଷରେ ପ୍ରଖ୍ୟାତ ଗାଳ୍ପିକା, କବୟିତ୍ରୀ ତଥା ଔପନ୍ୟାସିକା ରଶ୍ମୀ ରାଉଳଙ୍କ ଉପନ୍ୟାସ ସମଗ୍ର ପୁସ୍ତକ ସହିତ ଅନ୍ୟ ଦୁଇଗୋଟି ମନନଶୀଳ ଉପନ୍ୟାସ ‘ଯୋଗିନୀର ଆତ୍ମଲିପି’ ଓ ‘ଛୋଟ ଗୋଟେ ଜୀବନ’ ଉପନ୍ୟାସ ଏକ ନିରାଡ଼ମ୍ବର ସମାବେଶରେ ଉନ୍ମୋଚିତ ହୋଇଯାଇଛି।

Omkar Vasthu
Omkar Vasthu

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଆୟକର ବିଭାଗର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ବିଶିଷ୍ଟ କଥାକାର ନୃସିଂହ ପ୍ରସାଦ ତ୍ରିପାଠୀ, ଭାରତୀୟ ରେଳବାଇ ପୂର୍ବତଟ ରେଳମଣ୍ଡଳର ମୁଖ୍ୟ ବାଣିଜ୍ୟିକ ବ୍ୟବସ୍ଥାପକ ଓ ଗାଳ୍ପିକ କୃପାସାଗର ସାହୁ, ଭାରତୀୟ ଭେଷଜ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ନ୍ୟୁରୋ ସର୍ଜନର ପ୍ରମୁଖ ପ୍ରଫେସର ଡକ୍ଟର ରବି ନାରାୟଣ ସାହୁ, ପଫେସର ଡକ୍ଟର ଶୁକଦେବ ନାୟକ, ଓଡ଼ିଶାର ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଏବଂ ସମାଜସେବୀ ସୁଧାକର ନାୟକ ଯୋଗଦେଇ ରଶ୍ମୀ ରାଉଳଙ୍କ ବହୁମୁଖୀ ପ୍ରତିଭା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସେମାନେ ମଧ୍ୟ ରଶ୍ମୀ ରାଉଳଙ୍କ ଦ୍ଵାରା ସାବିତ୍ରୀ ଦେବୀ ଚ୍ୟାରିଟେବଲ୍‌ ଟ୍ରଷ୍ଟ ଦ୍ବାରା ପ୍ରତିଷ୍ଠିତ ‘ସାବିତ୍ରୀ ଦେବୀ ଅନାଥାଶ୍ରମ’ ଓ ‘ପ୍ରଦୀପ ନାଗରିକ ନୀଲୟମ୍’ ଇତ୍ୟାଦି ପାଇଁ ଏହାର ପୃଷ୍ଠପୋଷକ ତଥା ସଚେତନ ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅନୁଷ୍ଠାନଟି ସମାଜର ସାମଗ୍ରିକ ବିକାଶ ତଥା ଅବହେଳିତ ବର୍ଗର ଲୋକମାନଙ୍କ ଉତ୍‌ଥାନ ପାଇଁ ନିରନ୍ତର କାର୍ଯ୍ୟ କରୁଛି ବୋଲି ଅତିଥିମାନେ କହିବା ସହିତ ଏପରି ସାମାଜସେବା ପାଇଁ ଲେଖିକା ଶ୍ରୀମତୀ ରାଉଳଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଅନେକ ସମାଜସେବୀଙ୍କ ମଧ୍ୟରୁ ବାଣୀବିହାର ୮୦ର ସଦସ୍ୟ ସଂସାରବିନ୍ଦୁ ପୃଷ୍ଟି, ସୁକାନ୍ତ ମହାନ୍ତି, ମୀନା ନାୟକ ତଥା ବୁଦ୍ଧିଜୀବୀ ତଥା ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର ଶରତ ଚନ୍ଦ୍ର ଜେନା, ରୋଜାଲିନ ଜେନା, ପ୍ରାକୃତିକ ଚିକିତ୍ସା ବିଜ୍ଞାନୀ ସୁଲଗ୍ନା ସୁଚରିତା, ରାଜେନ୍ଦ୍ର କୁମାର ରାଉଳ, ମଧୁସ୍ମିତା ରାଉଳ, ସଞ୍ଜୟ କୁମାର, ରଂଜନ କୁମାର ରାଉଳ, ସବିତା ସାମନ୍ତରାୟ ଇତ୍ୟାଦିଙ୍କ ସମେତ ଆପାର୍ଟମେଣ୍ଟର ଅନ୍ତେଃବାସୀମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.